ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ ; ୭ ଗିରଫ, ୬୦ ହଜାର ଟଙ୍କା, ୫ ମୋବାଇଲ ଓ ୪ ବଇକ୍ ଜବତ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ପାନ୍ଥ ନିବାସ ଜେଟି ନିକଟରେ ଜୁଆ ଖେଳ ଚାଲିଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଚଢ଼ାଉ କରଥିଲେ। ସେଠାରୁ ପୁଲିସ ୭ ଜଣକୁ ଗିରଫ କରବା ସହ ନଗଦ ଷାଠିଏ ହଜାର ଟଙ୍କା, ପାଞ୍ଚଟି ମୋବାଇଲ, ଚାରୋଟି ବାଇକ ଜବତ କରଛି। ଥାନାକୁ ଆଣି ଜୁଆଡ଼ି ମାନଙ୍କୁ ଅଧିକ ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଥାନାର ସେକେଣ୍ଡ ଅଫିସର ବିକାଶ ସାମଲଙ୍କ ନେତୃତ୍ୱରେ ଏହି ଚଢ଼ାଉରେ  ବିମଲ କହାର, ଅରୁଣ ବେହେରା, ପ୍ରଭାତ ନାହାକ, ରୂପକ ପଲାଇ, ଲୋକନାଥ ପାତ୍ର ପ୍ରମୁଖ ସାମିଲ ହୋଇ ଥିବା ଜଣାପଡିଛି।

Comments are closed.