ଆଜିଠୁ ବାରିପଦା ସହର ୭ ଦିନ ସଟଡାଉନ୍

ବାରିପଦା: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜିଠୁ ୭ ଦିନ ଯାଏ ମୟୁରଭଞ୍ଜ ଜିଲା ବାରିପଦା ସହରକୁ ଜିଲାପାଳ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ବାରିପଦାର ଯୁବ ସଂଗଠନ, ବ୍ୟବସାୟ ସଂଘ, ବଣିକ ସଂଘ, ଓକିଲ ସଂଘ ପରି ଅନେକ ସଂଗଠନ ଏହି ସଟ୍‌ଡାଉନ୍ ସପକ୍ଷରେ ଯୁକ୍ତି ବାଢିଥିଲେ। ଆଜିଠାରୁ ଆସନ୍ତା ୩ ତାରିଖ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁମତି ଦେବାକୁ ସଂଗଠନ ଗୁଡ଼ିକ ଜିଲା ପାଳଙ୍କୁ ଭେଟି ନିବେଦନ କରିଥିଲେ। ସଟ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସଂଗଠନ କହିଛି।

ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ ପମ୍ପ, କ୍ଷୀର, ଖବରକାଗଜ, ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

Comments are closed.