ମହାନଦୀକୁ ବସ୍‌ ଖସିବା ଘଟଣାରେ ୭ ମୃତ

0

କଟକ.- ଏକ ମଇଁଷିକୁ ଧକ୍କା ଦେବା ପରେ ତାଳଚେରରୁ କଟକ ଆସୁଥିବା ଜଗନ୍ନାଥ ନାମକ ବସ ମହାନଦୀ ଶଯ୍ୟାକୁ ଖସିପଡିଛି । ଏଥିରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ପୁଲିସ ମହାନିର୍ଦେଶକ ଆର୍‌ପି ଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏକ  ମଇଁଷିକୁ ଧକ୍କା ଦେଇ ବସଟି ଦୁର୍ଘଟଣା ଦେଇଥିବା ସୂଚନା ମିଳିଛି। କଟକ ଜଗତପୁରରୁ ଶିଖରପୁର ଆସୁଥିବା ସମୟରେ ବସଟି ପୋଲ ତଳକୁ ଖସିପଡିଥିଲା। ମିଳିଥିବା ସୂଚନା ଅନୁସାରେ ୩୦ ଫୁଟ ତଳକୁ ବସଟି ଖସିପଡିଛି।  ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଓଡ୍ରାଫ୍‌ ଦଳ ନିୟୋଜିତ ଅଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳକୁ ଜଣେ ମନ୍ତ୍ରୀ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଆହତମାନଙ୍କୁ ଚିକିତ୍ସାପାଇଁ  ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply