କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା ; ୭ ସାଇବର ଲୁଟେରା ଗିରଫ

୧୫୦ ମୋବାଇଲ ସହ ୧୬ ହଜାର ସିମ କାର୍ଡ ଜବତ

ଭୁବନେଶ୍ୱର : କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା । ୭ ସାଇବର ଲୁଟେରା ଗିରଫ ହେବା ସହ ସେମାନଙ୍କ ନିକଟରୁ ୧୫୦ ମୋବାଇଲ ସହ ୧୬ ହଜାର ସିମ କାର୍ଡ ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀ ସୂଚନା ଦେଇଛନ୍ତି। ସହିଦନଗରର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ଏହି ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାମାନେ କଟକରେ ଏକ ଭଡା ଘରେ ନେଇ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଭଦ୍ରକ,ବାଲେଶ୍ୱର, ଆଖପାଖ ଜିଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ ସିମ୍‍ ବାହାରକୁ ଚାଲାଣ ହେଉଥିଲା। ଉକ୍ତ ସିମ୍‍ ଗୁଡିକ ସାଇବର ଅପରାଧରେ ବ୍ୟବହାର କରାଯାଇଥିଲା। ପ୍ରି-ଆକ୍ଟିଭେଟେଡ ସିମକୁ ଟ୍ରାକ କରି ତଦନ୍ତ ଆରମ୍ଭ କରିଥିଲେ , ଏହା ପଛରେ ଏକ ବଡ ଗ୍ୟାଙ୍ଗ କାର୍ଯ୍ୟ କରୁଛି ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି। ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍‍ ଆକ୍ଟିଭ କରି ଅନ୍ୟ ରାଜ୍ୟକୁ ଠକେଇ କରାଯାଉଥିଲା। ମାତ୍ର ଥରେ ବ୍ୟବହାର କରି ସିମ୍‍ କୁ ଫୋପାଡି ଦିଆଯାଉଥିଲା। ଘଟଣାର ତଦନ୍ତ ଜାରି ରହିଛି।

Comments are closed.