ଭିମସାର କୋଭିଡ ହସପିଟାଲରେ ୭ କରୋନା ରୋଗୀ ମୃତ

ବୁର୍ଲା: ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର କୋଭିଡ ହସପିଟାଲକୁ ବନ୍ଦ କରାଯିବାର କୁପ୍ରଭାବ ଭିମସାର ଉପରେ ଦେଖିବାକୁ ମିଳିଳାଣି। ସେପଟେ ମୃତ୍ୟୁସଂଖ୍ୟା ଏବଂ ରୋଗୀସଂଖ୍ୟା ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ଭିମସାର କୋଭିଡ ହସପିଟାଲରେ ବୁଧବାର ପୁଣି ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବରଗଡ଼ ଆମ୍ବସଢ଼ା କଣ୍ଟାପାଲିର ୭୯ ବର୍ଷିୟ ବୃଦ୍ଧ, ବରଗଡ ଜିଲାର ୬୦ ବର୍ଷିୟ ବୃଦ୍ଧ, ୫୯ ବର୍ଷିୟ ବୃଦ୍ଧ ଏବଂ ୫୮ ବର୍ଷିୟ ବ୍ୟକ୍ତି ରହିଥିବା ଜଣାପଡିଛି। ସେହପରି ସମ୍ବଲପୁର ଜିଲାର ୬୫ ବର୍ଷିୟ ବୃଦ୍ଧ, ସୁନ୍ଦରଗଡର ୬୦ ବର୍ଷିୟ ବୃଦ୍ଧ ଏବଂ ନୂଆଁପଡାର ୪୫ ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଆଜି ମଧ୍ୟ ବୁର୍ଲା ଭିମସାର କୋଭିଡ ହସପିଟାଲରେ ୭୫ ଜଣ କରୋନା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତେବେ ଭିମସାର କୋଭିଡ଼ ହସପିଟାଲ ବର୍ତ୍ତମାନ ସୁଦ୍ଧା ଭାରାକ୍ରାନ୍ତ ହୋଇ ରହିଛି। ମାତ୍ର ୧୩ଟି ଜୀବନରକ୍ଷକ ଭେଣ୍ଟିଲେଟର ଭରସାରେ ରହିଛନ୍ତି ୮୨ ଜଣରୁ ଅଧିକ କରୋନା ସଂକ୍ରମିତ ରୋଗୀ। ଭିମସାର କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଚଳ ଭେଣ୍ଟିଲେଟର ଗୁଡ଼ିକୁ ଶୀଘ୍ର ମରାମତି କରିବା ସହ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Comments are closed.