ଏମସ୍’ରୁ ସାତ କରୋନା ରୋଗୀ ଚିହ୍ନଟ

ଯାଁଳା: ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ – ଏମସ୍’ରୁ ସାତ ଜଣ କରୋନା ଆକ୍ରାନ୍ତ ଜଣାପଡିବା ପରେ ପଲିମୁନାରି ମେଡିସିନ୍ ବିଭାଗରୁ ସେମାନଙ୍କୁ ଅନ୍ୟ କୋଭିଡ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ସହ ସେହି ବିଭାଗକୁ ସାନିଟାଇଜ୍ କରାଯାଇଛି।

ସୂଚନା ଅନୁଯାୟୀ ଭୁବନେଶ୍ବର ଏମସ୍’ରେ ପଲିମୁନାରି ମେଡିସିନ୍ ବିଭାଗରେ ସାତ ଜଣ ଚିକିତ୍ସିତ ହେଉଥିଲେ। ସେମାନେ ଗତ କିଛି ଦିନ ହେବ ଥଣ୍ଡା, ଜ୍ବର ଓ କାଶରେ ପୀଡିତ ଥିଲେ। ଏମସ୍ ପକ୍ଷରୁ ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ସେମାନଙ୍କ କରୋନା ପଜିଟିଭ ଜଣାପଡିବା ପରେ ସେମାନଙ୍କୁ ପଲିମୁନାରି ମେଡିସିନ୍ ବିଭାଗରୁ ଅନ୍ୟ କୋଭିଡ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପଲିମୁନାରି ମେଡିସିନ୍ ବିଭାଗକୁ ସାନିଟାଇଜ୍ କରାଯାଇଛି। ଏମସ୍ ପକ୍ଷରୁ ଅନ୍ୟ ରୋଗୀମାନଙ୍କ ଉପରେ ନଜର ରଖାଯାଇଛି। ଯେଭଳି କରୋନା ରୋଗ ନବ୍ୟାପିବ ସେଥିପ୍ରତି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

Comments are closed.