ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଜାରି, ହିଂସା ରୋକିବାକୁ ବ୍ୟାପକ ବ୍ୟବସ୍ଥା

କଲକାତା: ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୩ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଚାଲିଛି। ୧ କୋଟିରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ବିଜେପିର ମୁକୁଲ ରୟ, ଟିଏମସି ମନ୍ତ୍ରୀ ଜ୍ୟୋତିପ୍ରିୟୋ ମଲିକ ଏବଂ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ୪୩ ଆସନରେ ମୋଟ ୩୦୬ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଅନ୍ୟପଟେ ପୂର୍ବରୁ ଶେଷ ହୋଇଥିବା ୫ଟି ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ହିଂସାକାଣ୍ଡ ଘଟିଥିଲା। ତାହାକୁ ଦୃଷ୍ଟିରେ ରଖି ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ବିଭିନ୍ନ ବୁଥ ଅଞ୍ଚଳରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.