ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ : ଭୋର ୪ଟାରେ ଆରମ୍ଭ ହେବ ଦିଲ୍ଲୀର ମେଟ୍ରୋ ଟ୍ରେନ୍ ସେବା

ନୂଆଦିଲ୍ଲୀ : ଆସନ୍ତା ରବିବାର ଦିନ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀର ମେଟ୍ରୋ ଟ୍ରେନ୍ ସେବା ଭୋର ୪ଟାରେ ଆରମ୍ଭ ହେବ। ବିଭିନ୍ନ
ରୁଟରେ ପ୍ରତି ୩୦ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ଗୁଡ଼ିକ ଚଳାଚଳ କରିବ । ତେବେ ସକାଳ ୬ଟା ପରେ ପୂର୍ବ ଭଳି ରବିବାର ସମୟ ସାରଣୀ
ଅନୁଯାୟୀ ଟ୍ରେନ୍ଗୁଡ଼ିକ ଚଳାଚଳ କରିବ। ଦ୍ୱାରକା ସେକ୍ଟର ୨୧ରୁ ବୈଶାଳୀ ଅଭିମୁଖେ ସକାଳ ୪ଟା ୩୦ ମିନିଟରେ ମେଟ୍ରୋ ସେବା ଆରମ୍ଭ
ହେବ।
ତେବେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଛି । ଶେଷ ସମସୟରେ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ପ୍ରଚେଷ୍ଟା ଜାରି ରହିଛି।