ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ରାଜ୍ୟରେ ୪୩ଟି ଆସନରେ ମତଦାନ ହେଉଛି। ଏଥିରେ ୧ କୋଟି ୪୦ ଲକ୍ଷରୁ ଅଧିକ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡିକରେ ବ୍ୟାପକ କୋଭିଡ କଟକଣା ଲାଗୁ କରାଯାଇଛି। ଏଥିସହିତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଭୋଟରମାନେ କୋଭିଡ କଟକଣା ମାନି ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଭୋଟରମାନଙ୍କୁ ନିବେଦନ କରିଛନ୍ତି।

Comments are closed.