ଶନିବାର ରାଶିଫଳ ( ୦୬- ୦୨-୨୦୨୧ )

ମେଷ: ସୁଖ, ସନ୍ତୋଷ ମିଳିପାରେ। କୌଣସି କାରଣରୁ ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ଦିନ।

ବୃଷ: ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତି ଓ ଧୈର୍ଯ୍ୟବାନ୍‍ ହେବେ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ। ବନ୍ଧୁ ସହାୟତା ପାଇ କାର୍ଯ୍ୟ ସଂପାଦନ କରିବେ। ନୂତନ ବିବାହ ପ୍ରସ୍ତାବ ଆସିପାରେ।

ମିଥୁନ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସାମୟିକ ଭାବେ ସ୍ୱଳ୍ପ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।

କର୍କଟ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।

ସିଂହ: ଉଦାର ସ୍ୱଭାବର ହେଲେ ବି ମନୋବଳ ଦୃଢ଼ ରହିବ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତରୁ ଲାଭବାନ୍‍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତି।

କନ୍ୟା: ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ଭାବେ ସାମାଜିକ ସ୍ତରରେ ଆଦର ମିଳିବ। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ। ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ।

ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ମିତ୍ର ସୁଖ ମିଳିପାରେ।

ବିଛା: ବିଶିଷ୍ଟ ହିତାକାଂକ୍ଷୀ ବ୍ୟକ୍ତିଙ୍କ ଦ୍ୱାରା ଅନୁଗୃହୀତ ହୋଇପାରନ୍ତି। ଆୟ ଉଚ୍ଚକୋଟିର ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଉତ୍ତମ ଭୋଜନ ମିଳିବ।

ଧନୁ: ମନ ପ୍ରସନ୍ନ ରହିବ। କର୍ମଚଞ୍ଚଳ ରହିବେ। ବ୍ୟୟବୃଦ୍ଧି ହେବାର ସୂଚନା ମିଳୁଛି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତବିଦ୍ୟାରେ ରୁଚି ରହିବ। ମଧୁରଭାଷାରେ ବଶକରି ପରକୁ ଆପଣାର କରିବାରେ ସିଦ୍ଧହସ୍ତ ହେବେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅଛି।

ମକର: ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ।

କୁମ୍ଭ: କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧାଭାବ ରହିବ। ମହତାକାଂକ୍ଷୀ ହୋଇପାରନ୍ତି।

ମୀନ: ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୱାନ୍‍ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପର୍ଯ୍ୟଟନର ସୁଯୋଗ ମିଳିପାରେ।

Comments are closed.