ସୋମବାର ରାଶିଫଳ ( ୦୬-୦୪-୨୦୨୦ )

ମେଷ: ଦୂରଯାତ୍ରା ଶୁଭପ୍ରଦ ହେବ। ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ। କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସମୃଦ୍ଧି ଓ ସର୍ବସୁଖ ମିଳିବ।
ବୃଷ: ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ମନସ୍ତାପ କରିପାରନ୍ତି। କର୍ମାନୁରକ୍ତ ତଥା ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟିବ।
ମିଥୁନ: ଯୋଗାଯୋଗ ଶୁଭପ୍ରଦ ହେବ। ପ୍ରଶଂସିତ ହୋଇପାରନ୍ତି। ଦେବଦର୍ଶନରେ ଶାନ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଯାନବାହନ ସୁଖ ମିଳିପାରେ। ସରକାରୀ ମାନ୍ୟତା ଓ ପୁତ୍ର ସୁଖ ମିଳିବ।
କର୍କଟ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ସଙ୍ଗୀତ ପ୍ରତି ଆଦର ବୁଦ୍ଧି ପାଇବ। ନୃତ୍ୟପ୍ରିୟ ହୋଇପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ-ମାର୍ଗରେ ମନୋନିବେଶ କରିପାରନ୍ତି। ଚିନ୍ତାଯୁକ୍ତ ହେବେ।
ସିଂହ: ଜନସାଧାରଣଙ୍କ କଲ୍ୟାଣଭାଜନ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଭାଗ୍ୟବାନ୍‍ ହେବେ। ସମ୍ମାନିତ ହୋଇପାରନ୍ତି।
କନ୍ୟା: ଅନ୍ୟକୁ ନିଜର ଅର୍ଜିତ ଧନ ହସ୍ତାନ୍ତର କରିପାରନ୍ତି। ପଥରୋଧର ସମ୍ମୁଖୀନ ହେବା ସୂଚନା ମିଳୁଛି। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଦୟାଳୁ ସ୍ୱଭାବର ହେବେ। ବାଣିଜ୍ୟ ବିଦ୍ୟାରେ ପାରଙ୍ଗମ ହେବେ। କ୍ଷମଶୀଳ ଓ ଦେବ-ଗୁରୁ ଭକ୍ତ ହେବେ।
ତୁଳା: ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟ ସାଧନ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଶାନ୍ତି ଓ ସନ୍ତୋଷ ମିଳିବ। ସର୍ବସୁଖ ଆଶା କରାଯାଏ। ଉଚ୍ଚଆଶା ଫଳବତୀ ହେବ।
ବିଛା: ସୁଖ-ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟ ଆନନ୍ଦଦାୟକ ହେବ। ଅର୍ଥ ପ୍ରାପ୍ତି କାରଣରୁ ସ୍ଥିତି ସ୍ୱଚ୍ଛଳ କରିପାରନ୍ତି। ବନ୍ଧୁ ଦର୍ଶନ ଶୁଭପ୍ରଦ ହେବ। ଶୁଭକର୍ମ ସମ୍ପାଦନ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ।
ଧନୁ: ସୁଚାରୁରୂପେ କାର୍ଯ୍ୟ ପରିଚାଳନା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସତ୍‍ସଙ୍ଗୀ ହେବେ। କର୍ମଚାରୀଙ୍କ ସହ ସଦ୍‌ଭାବନା ବଜାୟ ରହିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବ ସୁଖ ମିଳିପାରେ।
ମକର: ଦେବଦର୍ଶନ ଶୁଭଦାୟକ ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ; ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ, ଯାନବାହନରେ ସତର୍କ ରହିବେ।
କୁମ୍ଭ: ଯାତ୍ରା ଫଳଦାୟକ ହେବ। ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୁଶ୍ଚିନ୍ତାର ଅବସାନ ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଜିତେନ୍ଦ୍ରିୟ , ବିଦ୍ୱାନ ଓ ଦୟାଳୁ ସ୍ୱଭାବର ହେବେ।
ମୀନ: ଯାତ୍ରା ଶୁଭପ୍ରଦ ହେବ। ଶତ୍ରୁ ଉପରେ ନଜର ରଖିବାକୁ ପଡ଼ିବ। ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବନ୍ଧୁ ଦର୍ଶନ କରିପାରନ୍ତି। କର୍ମତତ୍ପରତା ପ୍ରକାଶ ପାଇବ। ସର୍ବ ସୁଖ ମିଳିବ। ଉଦାର ପ୍ରକୃତିର ହେବେ। ସମୃଦ୍ଧିର ସୂଚନା ମିଳୁଛି।

Comments are closed.