MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

(୧) ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
(୨) ବିଭିନ୍ନ ଦାବି ନେଇ ଧାରଣାରତ ଶିକ୍ଷକ ସଙ୍ଘ ସହ ରାଜ୍ୟ ସରକାରଙ୍କ ଆଲୋଚନା ସଫଳ ହୋଇଥିବା ସୂଚନା, ଆନ୍ଦୋଳନ ପ୍ରତ୍ୟାହୃତ ହେବା ସମ୍ଭାବନା
(୩) କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଏକର ଜମି ଓ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି
(୪) ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧ ଏକର ଜମି ସହ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି
(୫) ଭୁବନେଶ୍ୱରରେ ଆସନ୍ତା ଡିସେମ୍ବର ୨ରୁ ୪ ତାରିଖ ଯାଏଁ ଆୟୋଜିତ ହେବ ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ
(୬) ରାଜ୍ୟ କ୍ୟାବିନେଟର ୫୨ତମ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨କୁ କ୍ୟାବିନେଟରେ ଅନୁମୋଦନ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆନୁସଂଗିକ ଶିଳ୍ପ ପ୍ରତିଷ୍ଠାରେ ହେବ ସହାୟକ
(୭) ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ମିଳିବ
(୮) କ୍ୟାବିନେଟ ବୈଠକରେ ନୂଆ ସ୍କ୍ରାପିଙ୍ଗ ନୀତିକୁ ଅନୁମୋଦନ, ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିର ହେବ ସ୍କ୍ରାପ, ନୂଆ ଗାଡି କିଣିବା ପାଇଁ ମିଳିବ ପ୍ରୋତ୍ସାହନ
(୯) ଶିଳ୍ପ ନୀତି ଓ ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟର ଅନୁମୋଦନ
(୧୦) ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ, ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ଯୋଗାଇ ଦିଆଯିବ ନିରାପଦ ପାନୀୟ ଜଳ
(୧୧) ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର, ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ସହ ମେଧା ତାଲିକା ପ୍ରକାଶ ପାଇଁ ଦାବି
(୧୨) ରାଜ୍ୟ ଗୃହ ନିର୍ମାଣ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା
(୧୩) ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କଲେ ଜେଏମଏଫସି-୩ କୋର୍ଟ
(୧୪) ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ, ଡିସେମ୍ବର ୯ରୁ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ
(୧୫) ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୮୯ଟି ଆସନ ପାଇଁ ହେବ ମତଦାନ
(୧୬) ବନକଲାଗି ନୀତି ଯୋଗୁ ଶ୍ରୀମନ୍ଦିରରେ ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ
(୧୭) ଡିସେମ୍ବର ୩୧ ଯାଏଁ ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

Comments are closed.