MEllora 950×100

ସଂଧ୍ୟା ୬ଟା ମୁଖ୍ୟ ଖବର

(୧) ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଲିଛି ଘନ ଘନ ରେଡ୍‌… ଏକ ଲୁଗା ଦୋକନ ଓ ପେଟ୍ରୋଲ ପମ୍ପରେ ଚଢ଼ାଉ କରୁଛି ଜିଏସଟି ବିଭାଗ… ପାଇକମାଲ ଓ ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ବି ଚାଲିଛି ଚଢ଼ାଉ… ସକାଳେ ୩ ବିଜେଡି ନେତାଙ୍କ ଘରେ ମଧ୍ୟ ରେଡ୍‌ କରିଥିଲା ଆଇଟି…

(୨) ଧୀରେ ଧୀରେ ଖୋଲୁଛି ଅର୍ଚ୍ଚନାଙ୍କ ଗୁମର… ଇଡି କାର୍ଯ୍ୟାଳୟରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର… ଦ୍ୱିତୀୟ ଥର ପାଇଁ ପୁଣି ଡ୍ରାଇଭରଙ୍କୁ ପଚରାଉଚରା କରୁଛି ଇଡି… କେଉଁଠାକୁ ଯାଉଥିଲେ ଅର୍ଚ୍ଚନା… କାହାକୁ ଭେଟୁଥିଲେ ଲେଡିବ୍ଲାକମେଲିଂ କ୍ବିନ୍‌… ସେନେଇ ଚନ୍ଦନଙ୍କୁ ଚାଲିଛି ଜେରା…

(୩) ନିର୍ବାଚନ ପାଇଁ ଗୁଜରାଟରେ ସମସ୍ତ ଦଳର କଡ଼ା କସରତ… ଭୋଟରଙ୍କୁ ମନାଇବାକୁ ଚାଲିଛି ପ୍ରୟାସ… ଆଉ ୨ ଦିନ ପରେ ୮୯ଟି ଆସନ ପାଇଁ ହେବ ମତଦାନ… ଡିସେମ୍ବର ୧ରେ ପଡ଼ିବ ଭୋଟ୍‌… ଗଡ଼ ବଞ୍ଚାଇବାକୁ ବିଜେପିର ଜୋରଦାର ପ୍ରୟାସ… କଂଗ୍ରେସ ମଧ୍ୟ କରୁଛି ସଭା… ପ୍ରତିଦିନ ରୋଡ୍‌ ସୋ’ କରୁଛନ୍ତି ବିଜେପି, କଂଗ୍ରେସ ଓ ଆପ୍‌ କର୍ମୀ…

(୪) ଲୋୟର ପିଏମଜିରେ ଗର୍ଜୁଛନ୍ତି ପ୍ରାଥମିକ ଶିକ୍ଷକ… ୩ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ… ଆଜି ଶିକ୍ଷକଙ୍କ ପାଇଁ ମୁଲତବି ହେଲା ବିଧାନସଭା… ପ୍ରାଥମିକ ଶିକ୍ଷକଙ୍କ ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ହୋହଲ୍ଲା କଲେ ବିଜେପି ଓ କଂଗ୍ରେସ ବିଧାୟକ…

(୫) ବ୍ରହ୍ମପୁର କୋର୍ଟ ରୁମରେ ଜଜଙ୍କୁ ଛୁରୀରେ ଆକ୍ରମଣ ଅଭିଯୋଗ… ଶୁଣାଣି ଚାଲିଥିବା ବେଳେ ଏସଡିଜେମଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ… ଆକ୍ରମଣକାରୀଙ୍କୁ କାବୁ କଲେ ଆଇନଜୀବୀ… ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ… ପଚରାଉଚରା କରୁଛି ପୁଲିସ…

Comments are closed.