୨୦୨୩ରେ ଭାରତରେ ଲଞ୍ଚ୍‌ ହେବ 6G !  

ନୂଆଦିଲ୍ଲୀ – ୨୦୨୩ରେ ଭାରତରେ 6G ଲଞ୍ଚ୍‌ ହେବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । କେତେକ ଜାତୀୟ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଭାରତରେ 5G ଲଞ୍ଚ ହୋଇ ନଥିବା ବେଳେ 6G ଲଞ୍ଚ୍‌ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱର ୫୮ ଟି ଦେଶରେ 5G କାର୍ଯ୍ୟକ୍ଷମ ହୋଇ ସାରିଲାଣି । ଭାରତରେ ଅନେକ ସ୍ମାର୍ଟଫୋନ୍‌ ନିର୍ମାତା ନିଜର 5G ଫୋନ୍‌ ଲଞ୍ଚ୍‌ କରିସାରିଲେଣି ।

ଟେକନୋଲଜି ଆମ ଜୀବନ ଧାରଣର ମାନ ସହ ଯୋଗାଯୋଗକୁ ସୁଗମ କରିଛି । ଅନେକ କାମ ବେଶ୍‌ ସହଜରେ କରି ହେଉଛି । ଇଣ୍ଟରନେଟ୍‌ ସେବାରେ ପ୍ରଗତି ଯୋଗୁଁ ପରସ୍ପର ମଧ୍ୟରେ ଯୋଗାଯୋଗ, ଟଙ୍କା ଦେଣ ନେଣ ସହ ଅନେକ କାର୍ଯ୍ୟ ସହଜରେ ହୋଇ ପାରୁଛି । ତେବେ ଭାରତରେ 5G ନୁହେଁ 6G ଲଞ୍ଚ୍‌ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ କିଛି ଦିନ ତଳେ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

5G ଏପରି ଏକ ଟେକ୍ନୋଲଜି ଯେଉଁଥିଲେ ବ୍ରଡ୍‌ବ୍ୟାଣ୍ଡ ସେଲ୍ୟୁଲାର ନେଟଓ୍ୱର୍କ ବେଶ୍‌ ସୁଗମ ହୋଇଯାଇଥାଏ । ଏହାକୁ ପଞ୍ଚ ପିଢୀ ଇଣ୍ଟରନେଟ୍‌ ସେବା ବୋଲି କୁହାଯାଉଛି । ଫୋର ଜିରେ ଏକ ଜିବିପିଏସ୍‌ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଉଥିବା ବେଳେ 5Gରେ ୨୦ ଜିବିପିଏସ୍‌ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇ ପାରିବ । ଜୁନ୍‌ ୨୦୨୧ ସୁଦ୍ଧା ବିଶ୍ୱର ୫୮ଟି ଦେଶରେ 5G ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି ।

ତେବେ ଭାରତରେ 6G ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ସୂଚନା ଦେଇଛନ୍ତି । ୨୦୨୩ ଶେଷ କିମ୍ବା ୨୦୨୪ ଆରମ୍ଭ ବେଳକୁ ଏହା ଭାରତରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

Comments are closed.