ବାର କର୍ମଚାରୀଙ୍କୁ ହତ୍ୟା ଘଟଣା : ୬ ଅପରାଧୀ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଥିବା ଅଭିଯୋଗରେ ୬ ଜଣ ଅପରାଧୀଙ୍କୁ ଅଭିଯୁକ୍ତଙ୍କୁ ପୁଲିସ ରଣପୁର ଜଙ୍ଗଲରୁ ବୁଧବାର ଗିରଫ କରିଥିବା ଜଣାପଡିଛି। ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ ବିଏମଡବ୍ଲ୍ୟୁ ଗାଡି  ଜବତ କରାଯାଇଥିବା ସୂଚନା ମିଳିଛି।

ପ୍ରକାଶଥାଉକି, ମଙ୍ଗଳବାର ଏକ ବିଏମ ଡବ୍ଲ୍ୟୁ ଗାଡିରେ ୬ ଜଣ ଅଭିଯୁକ୍ତ ସଂଧ୍ୟା ୬ଟାରେ ଆସି ସ୍ଥାନୀୟ ଗଡଖୋର୍ଦ୍ଧା ଛକଠାରେ ଥିବା ଏକ ବାରରେ ଗାଡି ରଖିବା ଓ ବିୟର ମାଗିବାକୁ କେନ୍ଦ୍ର କରି ବାରର କର୍ମଚାରୀ ତଥା ଖୋର୍ଦ୍ଧାସ୍ଥିତ ଉପରସାହିର ଅମିୟ ବାରିକ ଓରଫ ଅଜୁ (୪୦) ଙ୍କ ସହିତ ବଚସା ହୋଇଥିଲା। ଏହା ପରେ ଗାଡିରୁ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଅଜୁକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଅଜୁ ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ଦାଦାଗିରି ପାଇଁ ଏହି ହତ୍ୟା କରାଯାଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି।

Comments are closed.