ନାଗରିକତା ଆଇନ ବିରୋଧୀ ୬୯ ଜଣ ହିଂସାକାରିଙ୍କୁ ମିଳିଲା ଜାମିନ

- ବାରଣାସୀରେ ନାଗରିକତା ଆଇନକୁ ବିରୋଧ କରି ଗିରଫ ହୋଇଥିଲେ

ବାରଣାସୀ: ସଂଶୋଧିତ ନାଗରିକତା ଆଇନ ୨୦୧୯କୁ ବିରୋଧ କରି ଗତ ଡିସେମ୍ବର ୧୯ରେ ବାରଣାସୀରେ ହୋଇଥିବା ହିଂସାରେ ଲିପ୍ତ ରହିଥିବା ଅଭିଯୋଗରେ ଗିରଫ ହୋଇଥିବା ୬୯ ଜଣଙ୍କୁ ବୁଧବାର ଏକ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପାଇଥିବା ପ୍ରଦର୍ଶନକାରୀଙ୍କ ମଧ୍ୟରେ ଜଣେ ୧୪ ମାସ କନ୍ୟା ସନ୍ତାନର ପିତା ମାତା ରବି ଶେଖର ଓ ଏକତା ଶେଖର ରହିଥିବା ଜଣାପଡିଛି।

ଉତ୍ତରପ୍ରଦେଶରେ ସଂଶୋଧିତ ନାଗରିକତା ଆଇନ ୨୦୧୯କୁ ବିରୋଧ କରି ଉପୁଜିଥିବା ହିଂସାରେ ଜଡିତ ପ୍ରଦର୍ଶନକାରୀଙ୍କ ଫଟୋ ସାହାଯ୍ୟରେ ପୁଲିସ ସେମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇ ଥିବା ବେଳେ କୋର୍ଟ ଏହି ୬୯ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୧୯ରେ ଶହ ଶହ ଲୋକେ ବାରଣାସୀରେ ନାଗରିକତା ଆଇନକୁ ବିରୋଧ କରି ପ୍ରଦର୍ଶନ ସ୍ୱରୂପ ହିଂସା କରିଥିଲେ ଓ ସେମାନଙ୍କୁ ଘଉଡେଇବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା।

Comments are closed.