ଦେଶରେ ୬୮୨୨ ନୂଆ କରୋନା ଆକ୍ରାନ୍ତ; ୨୨୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୨୦ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ୧୦,୦୦୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ଆରୋଗ୍ୟ ହାର ୯୮.୩୬% ରହିଛି । ସେହିଭଳି ଦୈନିକ ସଂକ୍ରମଣ ହାର ୦.୬୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୭୮% ରହିଛି । ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୪୦,୭୯,୬୧୨ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୯୫,୦୧୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୧୨୮.୭୬ କୋଟି ପାନ ଟିକା ଦିଆଯାଇସାରିଛି । ସେହିଭଳି ଗତ ସୋମବାର ସୁଦ୍ଧା ମୋଟ ୬୪,୯୪,୪୭,୦୧୪ ନମୁନା ପରୀକ୍ଷା କରାଯାଇଛି । କେବଳ ସୋମବାର ଦିନ ୧୦,୭୯,୩୮୪ ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Comments are closed.