୨୪ ଘଣ୍ଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୧୭

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୪୭୩୦କୁ ବୃଦ୍ଧିପାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୭, ବରଗଡ ଓ ମୟୁରଭଞ୍ଜ ଜିଲାରୁ ୬ ଜଣ ଲେଖାଏଁ ରହିଛନ୍ତି। ସେହିଭଳି ସୁନ୍ଦରଗଡରୁ ୫, ପୁରୀ ଜିଲାରୁ ୪, ଅନୁଗୁଳ ୩ ଏବଂ ଯାଜପୁର ଜିଲାରେ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ବଲାଙ୍ଗିର, କଟକ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ହାନି ଘଟିଥିବା ଜଣାଯାଇଛି। ଏମାନଙ୍କ ବ୍ୟତୀତ ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡ ଜିଲାରୁ ମଧ୍ୟ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟର ବାଲେଶ୍ୱର, କନ୍ଧମାଳ ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

Comments are closed.