ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ

ମୁମ୍ବଇ : ସାଧାରଣ ନିର୍ବାଚନ ଦୃଷ୍ଟିରୁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ରଖାଯାଇଛି। ନିର୍ବାଚନ ପରେ ଏହି କୃତୀ କଳାକାରଙ୍କ ନାମ ଘୋଷଣା କରାଯିବ ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ଏପ୍ରିଲରେ ପୁରସ୍କାର ପାଇଁ ମନୋନୀତ କଳାକାର ଓ ଅନ୍ୟମାନଙ୍କ ନାମ ଘୋଷଣା କରାଯାଏ ଏବଂ ମଇ ୩ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବାର ପରମ୍ପରା ରହିଆସିଛି; କିନ୍ତୁ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୪ରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.