କାଳିଆ ଯୋଜନାରେ ଖର୍ଚ୍ଚ ହୋଇଛି ୬୬୯୦ କୋଟି

ଭୁବନେଶ୍ଵର: ରାଜ୍ୟରେ କାଳିଆ ଯୋଜନାରେ ୬୬୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୩ ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି।

ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ୨୦୧୮-୧୯ ମସିହାରେ ୫୧.୦୫ ଲକ୍ଷ ଚାଷୀଙ୍କ ପାଇଁ ୨୧୭୫.୬୬ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିପରି ୨୦୧୯-୨୦ରେ ୩୨୪୩ କୋଟି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଚଳିତବର୍ଷ ଫେବୃୟାରୀ ମାସ ସୁଦ୍ଧା ୫୩.୫୫ ଲକ୍ଷ ଚାଷୀଙ୍କ ପାଇଁ ୧୨୭୨.୧୯ କୋଟି ଟଙ୍କା ବ୍ୟୟ ହୋଇଛି।

Comments are closed.