ଦେଶରେ ୬୬୫୦ ନୂଆ ସଂକ୍ରମିତ ଚିହ୍ନଟ; ୩୭୪ ମୃତ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୫୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩୭୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଚି । ଦିନକ ମଧ୍ୟରେ ୭୦୫୧ ଜଣ ସୁସ୍ଥ ହୋଇଛନ୍ତି । କୋଭିଡ ଜନିତ ମୃତ୍ୟୁସଂଖ୍ୟା ୪,୭୯,୧୩୩ରେ ପହଞ୍ଚିଛି । ଦେଶରେ ମୋଟ ୩,୪୨,୧୫,୯୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । କୋଭିଡର ନୂଆ ପ୍ରକରଣ ଓମିକ୍ରନରେ ଏପର୍ଯ୍ୟନ୍ତ ୩୫୮ ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୬୬,୯୮,୦୯,୮୧୬ ନମୁନା ପରୀକ୍ଷା କରାଯାଇଛି । କେବଳ ଗୁରୁବାର ଦିନ ୧୧,୬୫,୮୮୭ ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ସେହିଭଳି ଗୁରୁବାର ସୁଦ୍ଧା ଦେଶରେ ମୋଟ ୧,୪୦,୩୧,୬୩,୦୬୩ ପାନ ଟିକା ଦିଆଯାଇଛି ।

Comments are closed.