ଦେଶରେ ୬୫୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୧୩୨ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୧୩୨ ଜଣ କରୋନା ରୋଗୀଙ୍କର ପ୍ରାଣହାନି ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୭,୫୫୪ରେ ପହଞ୍ଚିଛି । ଦିନକ ମଧ୍ୟରେ ୮୦୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ୩,୪୧,୮୭,୦୧୭ ଜଣ ସୁସ୍ଥ ହୋଇସାରିଲେଣି । ଆରୋଗ୍ୟ ହାର ୯୮.୩୯% ରହିଥିବାବେଳେ ଦୈନିକ ସଂକ୍ରମଣ ହାର ୦.୭୫% ଓ ସାପ୍ତାହିକ ସଂକ୍ରମଣ ହାର ୦.୬୦% ରହିଛି । ରବିବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧୩୭.୬୭ କୋଟି ପାନ ଟିକା ଦିଆଯାଇସାରିଛି ।

Comments are closed.