୨୪ ଘଣ୍ଟାରେ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୨୦

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୯୫କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ବରଗଡ ଜିଲାରୁ ୧୦ ଜଣ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡରୁ ୭, ପୁରୀ ୬ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ନବରଙ୍ଗପୁର ୪, ଗଜପତିରୁ ୩ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ବାଲେଶ୍ୱର, ଗଞ୍ଜାମ, ଯାଜପୁର, କନ୍ଧମାଳ, ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କଳାହାଣ୍ଡି ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comments are closed.