କୋଭିଡ ଦ୍ୱିତୀୟ ଲହର ନେଲାଣି ୬୪୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତରଙ୍କର କରୋନାରେ ସଂକମ୍ରିତ ହୋଇ ମୃତ୍ୟୁ ଘଟିଥିବା କହିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ଆଇଏମଏ କହିଛି ଯେ ଏହା କେବଳ ଏଥିସହିତ ସଦସ୍ୟଭୁକ୍ତ ଡାକ୍ତରଙ୍କ ସମ୍ପର୍କିତ ତଥ୍ୟ। ଏହାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଡାକ୍ତରଙ୍କର ମୃତ୍ୟୁ ଘଟିଲାଣି। ଦିଲ୍ଲୀରେ ଚଳିତ ମାସ ୫ ତାରିଖ ସୁଦ୍ଧା ସର୍ବାଧିକ ୧୦୯ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଥିବା ଆଇଏମଏ ପକ୍ଷରୁ କୁହାଯାଇଛି। ସେହିଭଳି ବିହାରରେ ୯୭, ଉତ୍ତର ପ୍ରଦେଶ ୭୯, ରାଜସ୍ଥାନ ୪୩, ଝାଡଖଣ୍ଡ ୩୯, ଗୁଜରାଟ ୩୭, ଆନ୍ଧ୍ରପ୍ରଦେଶ ୩୫, ତେଲେଙ୍ଗାନା ୩୪ ଏବଂ ପଶ୍ଚିମବଙ୍ଗରେ ୩୦ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଦେଶରେ କୋଭିଡ୧୯ର ପ୍ରଥମ ଲହରରେ ୭୪୮ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା।

Comments are closed.