ସନ୍ଧ୍ୟା ୫ଟା ସୁଦ୍ଧା ୬୪% ମତଦାନ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ରାଜ୍ୟରେ ୨ୟ ପ୍ରର୍ଯ୍ୟାୟ ଭୋଟଗ୍ରହଣ ପାଇଁ ସନ୍ଧ୍ୟା ୫ଟା ସୁଦ୍ଧା ୬୩ରୁ ୬୪% ମତପ୍ରଦାନ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। କେତେକ ବୈଷୟିକ ତ୍ରୁଟି ଓ ସାମାନ୍ୟ ହିଂସାକାଣ୍ଡ ବ୍ୟତୀତ ନିର୍ବାଚନ ଶାନ୍ତିପୂର୍ଣ୍ଣ ହୋଇଥିଲା। ଇଭିଏମ ତ୍ରୁଟି ଯୋଗୁଁ ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯାଇଛି। ସେହି ସମୟରେ ଆସ୍କା ନିର୍ବାଚନ ମଣ୍ଡଳୀ ସୋରଡାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ ଭାଙ୍ଗିଦେବା କାରଣରୁ ସାନି ନିର୍ବାଚନ ହେବ ବୋଲି ଜିଲାପାଳ କହିଛନ୍ତି।

ସେହିପରି ବରଗଡ ବୁଥ ନମ୍ବର ୬୮, ଅତାବିରା ବୁଥ ନମ୍ବର ୨୩୫ ଭୋଟଗ୍ରହଣ ବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ସୂଚନାଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟ ନିିର୍ବାଚନରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ସମୁଦାୟ ୭୬ ଲକ୍ଷ ୯୩ହଜାର ଜଣ ଭୋଟର ମତସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୭ଲକ୍ଷ ୯୯ହଜାର ନୂଆ ଭୋଟର ରହିଛନ୍ତି।

Comments are closed.