୪୩ ହଜାର ଟପିଲା କରୋନା ମୃତ୍ୟୁ, ପୁଣି ୬୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ଗତ ଶନିବାର ୬୧ ହଜାର ୫୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରବିବାର ଏହି ସଂଖ୍ୟା ସର୍ବାଧିକ ୬୪ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର ୩୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୧କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୮୬୧ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୩ ହଜାର ୩୭୯ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶରେ ୬ ଲକ୍ଷ ୨୮ ହଜାର ୭୪୭ ସକ୍ରିୟ ରୋଗୀ ଥିବାବେଳେ ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି।

Comments are closed.