ରାଜ୍ୟରେ ଆଉ ୬୪ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ରହିଛନ୍ତି। ସେହିଭଳି ବରଗଡରୁ ୧୦ ଜଣଙ୍କର ଜୀବନ ଯାଇଛି। ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଗଞ୍ଜାମ ଜିଲାରୁ ୬, କନ୍ଧମାଳ ଓ ସମ୍ବଲପୁର ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।

 

ଗୋଟିଏ ଦିନରେ କେନ୍ଦ୍ରାପଡା, ମୟୁରଭଞ୍ଜ, ନୂଆପଡା ଓ ପୁରୀ ଜିଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଅନୁରୂପ ଭାବରେ ରାୟଗଡା, ବଉଦ ଓ କଳାହାଣ୍ଡି ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୨୫କୁ ବୃଦ୍ଧିପାଇଛି।

Comments are closed.