ରେଙ୍ଗାଲିରେ ୬୨ତମ ପୁଳିସ ସହିଦ୍ ଦିବସ 

ରେଙ୍ଗାଲି: ୬୨ତମ ପୋଲିସ ସହିଦ ଦିବସ ଉପଲକ୍ଷେ ଓଡ଼ିଶାର ବୀର ସହିଦ ଓ ଦିବଂଗତ ପୁଳିସ କୋରାନା ଯୋଦ୍ଧାଙ୍କୁ ରେଙ୍ଗାଲି ଅଞ୍ଚଳବାସୀ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରେଙ୍ଗାଲି ତହସିଲ ପରିସର ରେ   ତହସିଲଦାର ସୁନୀଲ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ବୁଦ୍ଧିଜୀବୀ ଏବଂ ତହସିଲ କର୍ମଚାରୀ ଓ ପୁଲିସ କର୍ମଚାରୀ ସହିଦ ମାନଙ୍କ ଅମର ଆତ୍ମାର  ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାଥନା କରିଥିଲେ।ଏହି ସଭାକୁ ବରିଷ୍ଠ ନାଗରିକ ପରିଷଦ ର ଆବାହକ ଅନ୍ତର୍ଯ୍ୟାମୀ ପାଣି  ସଭା ପରିଚାଳନା କରିଥିଲେ।

 

ଏହି ସଭାରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ , ସବ୍ ଇନ୍ସପେକ୍ଟର ସୋମ୍ୟ  ମହାଳିକ, ଅତିରିକ୍ତ ତସହିଲଦାର ନେପାଳ ଚନ୍ଦ୍ର ମୁଣ୍ଡା , ବରିଷ୍ଠ ନାଗରିକ ପରିଷଦର ସଭାପତି ବସନ୍ତ କୁମାର ନାୟକ , ପୂର୍ବତନ ବିଧାୟକ ଦୁର୍ୟୋଧାନ ଗର୍ଡିଆ , ପୁର୍ବତନ ସରପଞ୍ଚ ଲଷ୍ମୀ ନାରାୟଣ ସାହୁ , ସ୍ୱାଧୀନ ଏକତା ସଙ୍ଗଠନ ର ସଭାପତି ରାଜୀବ ମିଶ୍ର , ଶଶୀଭୂଷଣ ସାହୁ , ନରେଶ ଅଗ୍ରୱାଲ , ବିରଞ୍ଚି ବିଶ୍ୱାଳ , ଗୋବର୍ଦ୍ଧନ ବାରିକ, ଅନୀଲ ଅଗ୍ରୱାଲ  ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.