ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୬୧୫ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନକ ମଧ୍ୟରେ ୬୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୭ ଓ ସ୍ଥାନୀୟ ସଂକ୍ରମିତ ୨୫୮ ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୮ ଜଣ ଥିବା ଜଣାଯାଇଛି । ରାଜ୍ୟର ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୧୨, ବରଗଡ ୩, ଭଦ୍ରକ ୭, ବଉଦ ୧ ଓ କଟକ ଜିଲାରେ ୭୨ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୮, ଯାଜପୁର ୯, ଝାରସୁଗୁଡା ୨, କେନ୍ଦ୍ରାପଡା ୧୦, କେନ୍ଦୁଝର ୩ ଓ ଖୋର୍ଦ୍ଧାରୁ ୩୨୩ ଚିହ୍ନଟ ହୋଇଛନ୍ତି । କୋରାପୁଟରେ ୪, ମୟୁରଭଞ୍ଜ ୨୮, ନୟାଗଡ ୩, ନୂଆପଡା ୩, ପୁରୀ ୧୫, ରାୟଗଡା ୧, ସମ୍ବଲପୁର ୧୯, ସୁନ୍ଦରଗଡ ୮ ଏବଂ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଛନ୍ତି । ଦିନକରେ ୫୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୫୨୦୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Comments are closed.