ରାଜ୍ୟରେ ଦିନକରେ ୬୦୯୭ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୦୧୭

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧ ରହିଥିବା ଜଣାଯାଇଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭ ଅଛନ୍ତି।
ଗୋଟିଏ ଦିନରେ ଅନୁଗୁଳ ଜିଲାରୁ ୨୯୫, ବାଲେଶ୍ୱର ୩୯୨, ବରଗଡ ୧୦୭, ଭଦ୍ରକ ୨୪୬, ବଲାଙ୍ଗୀର ୭୭, ବଉଦ ୧୩୦, କଟକ ୭୪୭, ଦେବଗଡ ୨୮, ଢେଙ୍କାନାଳ ଜିଲାରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗଜପତି ଜିଲାରୁ ୪୮, ଗଞ୍ଜାମ ୪୫, ଜଗତସିଂହପୁର ୨୨୬, ଯାଜପୁର ୪୩୪, ଝାରସୁଗୁଡା ୪୨, କଳାହାଣ୍ଡି ୭୭, କନ୍ଧମାଳ ୧୧୨, କେନ୍ଦ୍ରାପଡା ୨୫୩, କେନ୍ଦୁଝର ୧୨୩, କୋରାପୁଟ ୧୨୬, ମାଲକାନଗିରି ଜିଲାରୁ ୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ମୟୁରଭଞ୍ଜରୁ ୨୯୭, ନବରଙ୍ଗପୁର ୧୪୬, ନୟାଗଡ ୧୨୦, ନୂଆପଡା ୧୭, ପୁରୀ ୨୯୧, ରାୟଗଡା ୧୨୦, ସମ୍ବଲପୁର ୧୦୧, ସୋନପୁର ୬୪, ସୁନ୍ଦରଗଡ ୨୦୮ ଏବଂ ଷ୍ଟେଟପୁଲରୁ ୧୫୧ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ ୭୬୪୬୭୩ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ସଂପ୍ରତି ୬୯୩୩୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Comments are closed.