ନିଯୁକ୍ତ ହେବେ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର

ଭୁବନେଶ୍ବର: ଓଡ଼ିଶା ‌ଶିକ୍ଷା ସେବା(କଲେଜ ବ୍ରାଞ୍ଚ) ନିଯୁକ୍ତି ଆଇନ ୨୦୨୦ ଅନୁସାରେ ସରକାରୀ କଲେଜର ଖାଲିଥିବା ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗର ଅତିରିକ୍ତ ଶାସନ ସଚିବ ଜେ ଏନ୍‌ ଷଡ଼ଙ୍ଗୀ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ(ଓପିଏସ୍‌ସି)ର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କମିସନ ପକ୍ଷରୁ ୨୦୧୯-୨୦ରେ ପ୍ରକାଶିତ ବିଜ୍ଞାପନକୁ ବାତିଲ୍‌ କରାଯିବ। ନୂତନ ଭାବେ ବିଜ୍ଞପ୍ତି ପ୍ରକାଶ କରି ୬୦୬ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

Comments are closed.