ଖୋର୍ଦ୍ଧାରୁ ଝାଡଖଣ୍ଡ ଯାଉଥିବା ୬୦ ଶ୍ରମିକ ଭଦ୍ରକରୁ ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲାରୁ ସୋମବାର ୬୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରେ ଏକ ଟ୍ରଲରରେ ଏହି ୬୦ ଜଣ ଶ୍ରମିକ ଖୋର୍ଦ୍ଧାରୁ ଝାଡଖଣ୍ଡ ଯାଉଥିଲେ । ଏହି ସମୟରେ ଭଦ୍ରକ ସହରାଞ୍ଚଳ ପୁଲିସ, ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଅଟକାଥିଲେ । ଏହି ଗାଡିକୁ ୧୦ହଜାର ଟଙ୍କା ଜରିମାନା କରାଯାଇଛି । ଜଲ୍ଲା ପ୍ରଶାସନ ଏହି ଶ୍ରମିକମାନଙ୍କ ରହିବାର ବନ୍ଦୋବସ୍ତ କରୁଛନ୍ତି ।

Comments are closed.