୬ଟି ବାତିଲ, ୬ର ମାର୍ଗ ପରିବର୍ତ୍ତନ ଓ ୨ ଆଶିଂକ ବାତିଲ -ସମ୍ବଲପୁରରେ ନିରାପତ୍ତା ଓ ଆଧୁନିକୀକରଣ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର,୪ା୭(ସିଟି) – ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଟିଟିଲାଗଡ ଓ ସିକିରି ଷ୍ଟେସନ ମଧ୍ୟରେ ରେଳ ଧାରଣା ଦୋହରୀକରଣ ଏବଂ କେସିଙ୍ଗା ଷେ୍‌ଟସ ମଧ୍ୟରେ ତୃତୀୟ ରେଳ ଧାରଣା କାର୍ଯ୍ୟକ୍ଷମ ସମେତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ କିଛି ଯାତ୍ରୀବାହୀ ରେଳ ଚଳାଚଳ ବ୍ୟାହତ ହେବ ।

ରେଳବାଇ ପକ୍ଷରୁ ଜାରି ସୂଚନାନୂଯାୟୀ, ୧୦ଟି ଯାତ୍ରୀବାହୀ ରେଳଗାଡି ଯଥା ଗାଡି ସଂଖ୍ୟା ୧୮୧୦୭/୧୮୧୦୮ ରାଉରକେଲା – ଜଗଦଲପୁର – ରାଉରକେଲା ଇନ୍ଟର ସିଟି ଏକ୍ସପ୍ରେସ ରାଉରକେଲା ରୁ ୬ ଠାରୁ ୧୬ ଜୁଲାଇ ଏବଂ ଜଗଦଲପୁର ଠାରୁ ୭ ରୁ ୧୭ ଜୁଲାଇ, ସମ୍ବଲପୁର – ରାୟଗଡା – ସମ୍ବଲପୁର (୧୮୩୦୧/୧୮୩୦୨) ୧୦ ଜୁଲାଇରୁ ୧୭, ବିଲାସୁପୁର – ତିରୁପତି – ବିଲାସପୁର ଏକ୍ସପ୍ରେସ (୧୭୪୮୧/୧୭୪୮୨) ବିଲାସପୁରରୁ ଆଗାମୀ ୯,୧୨ ଓ ୧୬ ଏବଂ ତିରପୁତିରୁ ୭,୧୦ ଓ ୧୪ ତାରିଖରେ ଚଳାଚଳ ବାତିଲ ରହିବ । ସେହିଭଳି ରେଳ ସଂଖ୍ୟା ୧୮୪୨୫/୧୮୪୨୬ ପୁରୀ – ଦୁର୍ଗ – ପୁରୀ ୧୧ ରୁ ୧୭ ଜୁଲାଇ, ଟିଟିଲାଗଡ – ବିଲାସପୁର – ଟିଟିଲାଗଡ (୦୮୨୬୩/୦୮୨୬୪) ୭ ରୁ ୧୭ ଜୁଲାଇ, ରାୟପୁର – ବିଶାଖାପଟନମ – ରାୟପୁର (୦୮୫୨୭/୦୮୫୨୮) ପାସେଞ୍ଜର ସ୍ୱତନ୍ତ୍ର ୭ ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ ବାତିଲ କରାଯାଇଛି ।

ସେହିଭଳି ୬ ଯୋଡା ଯାତ୍ରୀବାହୀ ରେଳଗାଡି ଗୁଡିକର ମାର୍ଗ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ସମ୍ବଲପୁର – ଟିଟିଲାଗଡ – ବିଜୟନଗରମ ମାର୍ଗ ପରିବର୍ତ୍ତେ ଇବ ମାର୍ଗ ଦେଇ ଗାଡି ସଂଖ୍ୟା ୧୨୧୪/୧୨୧୪୬ ଏଲଟିଟି – ପୁରୀ – ଏଲଟିଟି ଏକ୍ସପ୍ରେସ ୧୦ ଜୁଲାଇରୁ ଏଲଟିଟିି ରୁ ଏବଂ ୧୨ ଜୁଲାଇରେ ପୁରୀରୁ, ଗାଡି ସଂଖ୍ୟା ୨୨୮୨୭/୨୨୮୨୮ ପୁରୀ – ସୁରଟ – ପୁରୀ ଏକ୍ସପ୍ରେସ ପୁରୀ ଠାରୁ ୧୦ ଜୁଲାଇ ଏବଂ ସୁରଟରୁ ୧୨ ଜୁଲାଇ, ଗାଡି ସଂଖ୍ୟା ୧୨୯୯୩/୧୨୯୯୪ ଗାନ୍ଧିଧାମ – ପୁରୀ – ଗାନ୍ଧୀଧାମ ଏକ୍ସପ୍ରେସ ଗାନ୍ଧିଧାମ ରୁ ୮ ଓ ୧୫ ଜୁଲାଇ ଏବଂ ପୁରୀରୁ ୧୧ ଓ ୧୮ ଜୁଲାଇ, ଗାଡି ସଂଖ୍ୟା ୨୦୮୬୧/୨୦୮୬୨ ପୁରୀ – ଅହମଦାବାଦ – ପୁରୀ ଏକ୍ସପ୍ରେସ ପୁରୀରୁ ୬ ଓ ୧୩ ଜୁଲାଇ ଏବଂ ଅହମଦାବାଦରୁ ୮ ଓ ୧୫ ଜୁଲାଇ ଓ ଗାଡି ସଂଖ୍ୟା ୨୦୮୨୩/୨୦୮୨୪ ପୁରୀ – ଆଜମେର – ପୁରୀ ଏକ୍ସପ୍ରେସ ପୁରୀ ଠାରୁ ୭,୧୧ ଏବଂ ୧୪ ଜୁଲାଇ ଓ ଆଜମେର ରୁ ୭,୧୨ ଏବଂ ୧୪ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ କରିବ । ଗାଡି ସଂଖ୍ୟା ୧୮୧୮୯/୧୮୧୯୦ ଟାଟା – ଏର୍ଣ୍ଣାକୁଲମ – ଟାଟା ଏକ୍ସପ୍ରେସ ଟାଟା ରୁ ୭, ୧୦, ୧୪ ଓ ୧୭ ଜୁଲାଇ ଏବଂ ଏର୍ଣ୍ଣାକୁଲମ ରୁ ୬,୧୦,୧୩ ଓ ୧୭ ଜୁଲାଇ ସମ୍ବଲପୁର – ଟିଟିଲାଗଡ – ବିଜୟନଗରମ ମାର୍ଗ ପରିବର୍ତ୍ତେ ଜେରୋଲି – କେନ୍ଦୁଝର ନୟାଗଡ – କଟକ – ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ ।

ସେହିପରି ଗାଡି ସଂଖ୍ୟା ୧୮୦୦୫ / ୧୮୦୦୬ ହାୱାଡା – ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ହାୱାଡରୁ ୬ ରୁ ୧୬ ଏବଂ ଜଗଦଲପୁରରୁ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ ହାୱଡା ରୁ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ପାଶ୍ୱର୍ରୁ ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ଚଳାଚଳ ବନ୍ଦ ରହିବ । ଗାଡି ସଂଖ୍ୟା ୧୨୮୭୧/୧୨୮୭୨ ହାୱଡା – ଟିଟିଲାଗଡ – ହାୱଡା ଇସ୍ପାତ ଏକ୍ସପ୍ରେସ ହାୱଡା ଠାରୁ ୭ ରୁ ୧୭ ଜୁଲାଇ ଏବଂ ଟିଟିଲାଗଡ ରୁ ୮ ରୁ ୧୮ ଜୁଲାଇ ମଧ୍ୟରେ ହାୱଡା ଓ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଏବଂ ବଲାଙ୍ଗୀର ରୁ ଟିଟିଲାଗଡ ମଧ୍ୟରେ ଉଭୟ ପାଶ୍ୱର୍ରୁ ଚଳାଚଳ ବନ୍ଦ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

#sambalpur

Comments are closed.