୧୩ ରାଜ୍ୟରେ ଲିଟର ପିଛା ୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

0

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଶସ୍ତା କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଲିଟର ପିଛା ୧ ଟଙ୍କା ୫୦ ପଇସା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ମାର୍କେଟିଂ କମ୍ପାନୀ (ଏଚ୍‍ପିସିଏଲ, ବିପିସିଏଲ, ଆଇଓସି) ନିଜ ପଟୁ ଲିଟର ପିଛା ୧ ଟଙ୍କା ହ୍ରାସ କରିଛନ୍ତି। ଏହି ଭଳି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୨ ଟଙ୍କା ୫୦ ପଇସା ତତ୍କାଳ ହ୍ରାସ କରିଛନ୍ତି। ଜେଟଲୀଙ୍କ ଘୋଷଣାର କିଛି ସମୟ ପରେ ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଗୁଜରାଟ, ଗୋଆ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହରିୟାଣା, ଅରୁଣାଚଳପ୍ରଦେଶ, ହିମାଚଳପ୍ରଦେଶ, ତ୍ରିପୁରା ଏବଂ ଆସାମ ଭଳି ବିଜେପି ଶାସିିତ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଲିଟର ପିଛା ୨ ଟଙ୍କା ୫୦ ପଇସା ଭ୍ୟାଟ ଟିକସ୍‍ ହ୍ରାସ କରିଛନ୍ତି। ଏହାସହ ୧୩ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ପେଟ୍ରୋଲ ଓ ଡିଜେଲ ଦର ଚଳିତ ସପ୍ତାହରେ ସର୍ବୋଚ୍ଚସ୍ତରରେ ପହଞ୍ଚିବା ପରେ ବିରୋଧୀ ଦଳଗୁଡ଼ିକ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଓ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଖୁବଶୀଘ୍ର ସମାଧାନର ବାଟ ବାହାର କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଏହି କ୍ରମରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କରିଛନ୍ତି। ଦିଲ୍ଲୀରେ ଏବେ ପେଟ୍ରୋଲ ଦର ପ୍ରତି ଲିଟର ୮୪ ଟଙ୍କା ଥିବା ବେଳେ ଡିଜେଲ ଦର ୭୫ ଟଙ୍କା ୪୫ ପଇସା ରହିଛି। ୫ ରାଜ୍ୟ ତୈଳ ଦର ହ୍ରାସ କରିବା ପରେ ମହାରାଷ୍ଟ୍ରର ମୁମ୍ବଇରେ ପେଟ୍ରୋଲ ପ୍ରତି ଲିଟର ଦର ୯୧ ଟଙ୍କା ୩୪ ପଇସାରୁ ହ୍ରାସ ପାଇ ୮୬ ଟଙ୍କା ୩୪ ପଇସା, ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୮୩ ଟଙ୍କା ୧୮ ପଇସାରୁ ହ୍ରାସ ପାଇ ୭୮ ଟଙ୍କା ୧୮ ପଇସା, ଗୁଜରାଟ ଅହମଦାବାରେ ପେଟ୍ରୋଲ ଦର ୮୩ ଟଙ୍କା ୧୫ ପଇସାରୁ ହ୍ରାସ ପାଇ ୭୮ ଟଙ୍କା ୧୫ ପଇସା, ଝାଡ଼ଖଣ୍ଡ ରାଞ୍ଚିରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୪୬ ପଇସାରୁ ହ୍ରାସ ପାଇ ୭୭ ଟଙ୍କା ୪୬ ପଇସା, ତ୍ରିପୁରାର ଅଗରତାଲାରେ ପେଟ୍ରୋଲ ଦର ୮୨ ଟଙ୍କା ୩୬ ପଇସାରୁ ହ୍ରାସ ପାଇ ୭୭ ଟଙ୍କା ୩୬ ପଇସା, ଛତିଶଗଡ଼ ରାୟପୁରରେ ୮୪ ଟଙ୍କା ୩୩ ପଇସାରୁ ହ୍ରାସ ପାଇ ୭୯ ଟଙ୍କା ୩୩ ପଇସାରେ ପହଞ୍ଚିଛି।

Leave A Reply