୬ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ନେଲେଣି ପ୍ରଥମ ପାନ ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରାଯାଇଛି। ସେପ୍ଟେମ୍ବର ମାସରେ ଦୈନିକ ହାରାହାରୀ ୭୫ଲକ୍ଷ ପାନ ଟିକା ଦିଆଯାଉଛି। ଏହି ସଫଳତା ଯୋଗୁଁ ଦେଶର ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଶତ ପ୍ରତିଶତ ସାବାଳକ ପ୍ରଥମ ପାନ ଟିକା ନେଇ ସାରିଲେଣି। ଏହି ରାଜ୍ୟଗୁଡିକ ହେଲା ହିମାଚଳ ପ୍ରଦେଶ, ଗୋଆ, ସିକିମ୍‌। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦାଦ୍ରାନଗର ହାବେଳି, ଲଦାଖ ଓ ଲାକ୍ଷାଦ୍ବୀପରେ ମଧ୍ୟ ଶତପ୍ରତିଶତ ସାବାଳକ ପ୍ରଥମ ପାନ ଟିକା ନେଇ ସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି। ଏହି ପ୍ରଥମ ପାନ ଟିକା ଦ୍ବାରା ନାଗରିକଙ୍କ କରୋନା ମୃତ୍ୟୁ ଆଶଙ୍କାକୁ ଦୂର କରିଛି। କାରଣ ଗୋଟିଏ ପାନ କରୋନା ଟିକା ନେବା ଦ୍ବାରା ସଂକ୍ରମଣ ଜନିତ ମୃତ୍ୟୁ ଆଶଙ୍କା ୯୬.୬% ଦୂର ହୋଇପାରିଥାଏ ବୋଲି ପୂର୍ବରୁ କୁହାଯାଇଛି। ରବିବାର ସୁଦ୍ଧା ଦେଶରେ ୭୪କୋଟିରୁ ଅଧିକ ପାନ ଟିକାକରଣ କରାଗଲାଣି।

Comments are closed.