ଅଢେଇ ମାସ ପରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଟ୍ରେନ୍ ଚଳାଚଳ

ଆଜିିଠୁ ରାଜ୍ୟ ଭିତରେ ଗଡ଼ିବ ୬ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର : ଦିର୍ଘ ଅଢେଇ ମାସ ପରେ ଆଜିଠୁ ରାଜ୍ୟ ଭିତରେ ଆରମ୍ଭ ହୋଇଛି ଟ୍ରେନ୍ ଚଳାଚଳ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ଵରକୁ ୬ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସୋମବାର ସକାଳ ୫ ଟା ୧୦ ସମୟରେ ପ୍ରଥମ ଟ୍ରେନ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପୂର୍ବତଟ ରେଳତଟ ପକ୍ଷରୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।

ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ।

ସ୍ପେଶାଲ ଟ୍ରେନ୍‌ ପାଇଁ ଟିକେଟ୍, ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟରୁ ମିଳିବ। କେବଳ କନ୍‌ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।

 

 

Comments are closed.