ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ୬ଟି ସ୍ପେଶାଲ ଟ୍ରେନ୍

ଭୁବନେଶ୍ଵର : ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ । ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।

ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ। ସ୍ପେଶାଲ ଟ୍ରେନ୍‌ ପାଇଁ ଟିକେଟ୍, ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟରୁ ମିଳିବ। କେବଳ କନ୍‌ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।

Comments are closed.