ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବ୍ଲାକ୍‌ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ମମତାଙ୍କ ବିରୋଧରେ ହାଇକୋର୍ଟରେ ପିଟିଶନ ଦାଖଲ କଲା ସିବିଆଇ

-ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୬ରେ ଉପକୁଳ ମୁହାଁଇବ। ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ: ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଓ ଡିଉର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତୌତେ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି

– ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ; ତାଉ-ତେର କରିବେ ସମୀକ୍ଷା

– ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର ପାଇଁ ପୁଣି ହ୍ବାଟ୍‌ସଆପକୁ କେନ୍ଦ୍ରର ନିର୍ଦେଶ

– କରୋନାର ମୁକାବିଲା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା
– ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇଏହାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଦେଶରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨.୬୭ ଲକ୍ଷ ; ୪ ହଜାର ୫୨୯ ମୃତ

– ଦେଶରେ ଗତ ୨୪ଘଣ୍ଟା ଭିତରେ ୩ଲକ୍ଷ ୮୯ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

– କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଜାତୀୟ ରାଜଧାନୀର ସଫଦରଜଙ୍ଗ ହସ୍ପିଟାଲ ପରିଦର୍ଶନ କରି ସେଠାରେ କୋଭିଡ-୧୯ ପରିଚାଳନା ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଛନ୍ତି

– ଦେଶରେ ଏପର୍ଯ୍ୟନ୍ତ ୧୮ କୋଟି ୫୮ ଲକ୍ଷ ଡୋଜ୍‍ କୋଭିଡ ଟିକା ଦିଆଯାଇ ସାରିଲାଣି, ଗତ ୨୪ଘଣ୍ଟାରେ ୧୩ଲକ୍ଷ ୧୨ ହଜାର ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇଛି 

– ଦୁର୍ବଳ ହେଲା ବାତ୍ୟା ତାଉ-ତେ, ଉତ୍ତର ଭାରତରେ ପ୍ରବଳ ବର୍ଷା ଆଶଙ୍କା

– ପିଲାଙ୍କ ଉପରେ କରୋନା ଟିକା ପରୀକ୍ଷଣ ବିରୋଧରେ ପିଟିଶନ, କେନ୍ଦ୍ର ସରକାର ଓ ଭାରତ ବାୟୋଟେକକୁ ନୋଟିସ

– ଟିକା ଉତ୍ପାଦନ ପାଇଁ ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦେବାକୁ ଗଡ଼କରୀଙ୍କ ପ୍ରସ୍ତାବ

– ଭାରତବାସୀଙ୍କୁ ଅଣଦେଖା କରି କୋଭିସିଲ୍ଡ ଟିକା ରପ୍ତାନି କରିନାହିଁ-ଆଦାର ପୁନାୱାଲା

– ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବିଫଳ; ବିଏସଏଫ ହାତରେ ଧରାପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

– ନିୟନ୍ତ୍ରଣ ରେଖାରେ ‘ଚାଏ ପେ ଚର୍ଚ୍ଚା’; ଉରିରେ ଭାରତୀୟ ସେନା ଖୋଲିଲା ନୂଆ କାଫେ

– ପାନାସିଆ ବାୟୋଟେକରୁ ସମସ୍ତ ଅଂଶଧନ ପ୍ରତ୍ୟାହାର କଲେ ଆଦାର ପୁନାୱାଲା 

– କରୋନା ଭୂତାଣୁର ସିଙ୍ଗାପୁର ଭାରିଆଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଏକ ଟ୍ବିଟକୁ ଖଣ୍ଡନ କଲେ ସିଙ୍ଗାପୁର ସରକାର

– କେଜ୍ରିୱାଲଙ୍କ ଟ୍ବିଟ୍‌କୁ ନେଇ ବଢ଼ିଲା ବିବାଦ; ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସିଙ୍ଗାପୁରର ସମନ୍‌

– ରାଜ୍ୟରେ ଦିନକରେ ୧୧୦୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ ଜିଲାରୁ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି

–ବର୍ଦ୍ଧିତ ତାଲାବନ୍ଦରେ ନିୟମିତ ମୋ ବସ ସେବା ବନ୍ଦ ରହିବ

– ରାଉରକେଲାରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଖୋଲିବ ଆଉ ୪ଟି ଟିକାକରଣ କେନ୍ଦ୍ର

– ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଚଳନ୍ତା ବାଇକରୁ ଯୁବକଙ୍କୁ ଝାମ୍ପିନେଲେ ଭାଲୁ

–ଫୁଲପାହାଡି ଗ୍ରାମରୁ ୮ ଫୁଟ ର ଅଜଗର ଉଦ୍ଧାର

–ପାଟଣାରେ କରୋନା କଟକଣା ନ ମାନି ତଣ୍ଡ ଗଣିଲେ ଅମାନିଆ

–୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ, ୨୦୧୫ ପରେ ପ୍ରଥମ ; ୨ ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଖେଳିବେ

Comments are closed.