ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସରକାରୀ ଘରୋଇ ଭାଗୀଦାରୀ(ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍(ବତୀ ଘର) ମଧ୍ୟରୁ ଓଡ଼ିଶାର ପାଞ୍ଚଟି ଲାଇଟ୍ ହାଉସ୍କୁ ଚିହ୍ନଟ କରାଯାଇଛି.. ସେଗୁଡିକ ହେଉଛି, ଗୋପାଳପୁର ଲାଇଟ୍ ହାଉସ୍, ପୁରୀ ଲାଇଟ୍ ହାଉସ୍, ଚନ୍ଦ୍ରଭାଗା ଲାଇଟ୍ ହାଉସ୍, ପାରାଦୀପ ଲାଇଟ୍ ହାଉସ୍ ଏବଂ ଫଲ୍ସ ପଏଣ୍ଟ ଲାଇଟ୍ ହାଉସ୍..
ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଗୁରୁ ଦାୟିତ୍ବ ଦିଆଯାଇଛି.. ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ (youth 20) ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି..
ମାଲାପୁରମଠାରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମେଣ୍ଡୋସ୍’..
ଭାରତ ଓ ବାଂଲାଦେଶ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ଶନିବାର ଅନୁଷ୍ଠିତ ହେବ.. ତେଣୁ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆରେ କିଛି ପରିବର୍ତ୍ତନ କରିଛି.. ଆହତ କାରଣରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନଙ୍କୁ ତୃତୀୟ ଦିନିକିଆରୁ ବାଦ୍ ଦିଆଯାଇଛି.. ଏଥି ସହିତ ‘ଚିଇନାମ୍ୟାନ’ ବୋଲର କୁଲଦୀପ ଯାଦବ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି..
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନରେ ବିଜୟୀ ହେବାପରେ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି.. ହିମାଚଳ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ କହିଛନ୍ତି ନବ ନିର୍ବାଚିତ ନେତାମାନେ ଖୁବ୍ଶୀଘ୍ର କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ହାଇକମାଣ୍ଡଙ୍କୁ ଅବଗତ କରିବେ.. ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ବ୍ୟକ୍ତି ଆଶୟୀ ଥିବାରୁ ତାହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି..
ଶୀତ ଚାଦରରେ ସାରା ଓଡିଶା। ରାଜ୍ୟରେ କିଛି ଦିନ ମଧ୍ୟରେ ବଢିଛି ଥଣ୍ଡାର ପ୍ରକୋପ। ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ବଢିଛି ଶୀତ। ତେବେ ଏହା ମଧ୍ୟରେ ୧୦ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା ରେକର୍ଡ
କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ .. ଘରୁ ଲୁଟ୍ ପାଇଁ ସ୍ୱାମୀକୁ ହତ୍ୟା କରାଯାଇଛି .. ସ୍ତ୍ରୀ ଗୁରୁତର ଆହତ .. କଟକ ବଡ଼ ଡାକ୍ତରଖାନାରେ କରାଯାଇଛି ଭର୍ତ୍ତି
ଘନୀଭୂତ ହେଉଛି ବାତ୍ୟା ‘ମେଣ୍ଡୋସ୍’.. ଆଜି ଦକ୍ଷିଣରେ ବର୍ଷା .. ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ, ୪ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବ ରାତି ତାପମାତ୍ରା
ଆଜି ଠାରୁ ମାଟ୍ରିକ ସମେଟିଭ୍ -୧ ଖାତା ଦେଖା ଆରମ୍ଭ .. ମୋଟ ୫୬ଟି କେନ୍ଦ୍ରରେ ୧୨୪୫୦ ଶିକ୍ଷକ ମୂଲ୍ୟାୟନରେ ନିୟୋଜିତ.. ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା ଦେଖା..
ରାଜସ୍ଥାନରେ ବିବାହ ସମାରୋହରେ ଅଘଟଣ.. ଗ୍ୟାସ ସିଲିଣ୍ଡର ଫାଟି ୫ ଜୀବନ୍ତ ଦଗ୍ଧ.. ୫୦ ଆହତ.. ହସ୍ପିଟାଲରେ ଚାଲିଛି ଚିକିତ୍ସା
ଘନୀଭୂତ ହେଉଛି ବାତ୍ୟା‘ମେଣ୍ଡୋସ୍’ .. ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘଣ୍ଟାପ୍ରତି ୧୨ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା..
Comments are closed.