MEllora 950×100

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତାବର୍ଷରୁ ଏମ୍‌ସ ହେବ ଇ-ହସ୍ପିଟାଲ.. ପେପରଲେସ ହେବ ଏମ୍‌ସ ଚିକିତ୍ସା ସମ୍ପର୍କିତ ପଞ୍ଜୀକରଣ ବ୍ୟବସ୍ଥା..

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଆଇଆଇସି.. ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଇଆଇସିଙ୍କୁ ଧରିଲା ଭିଜିଲାନ୍ସ.. ଚାର୍ଜସିଟରୁ ନାମ କାଟିବା ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି ଆଲୋକ ବେହେରା..

ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ ଘଟଣାରେ ରବିବାର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂହ.. ​‌ସେ କହିଛନ୍ତି, ଭିଡିଓଗ୍ରାଫର୍ ଖୁବଶୀଘ୍ର ଗିରଫ ହେବେ.. ସିଟି ଡିଏସପିଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି ବୋଲି କହିଛନ୍ତି ଏସ୍‌ପି ସିଂହ.. କିଏ ଅନୁମତି ଦେଇଥିଲା ସେନେଇ ଜୋରଦାର ଖୋଳତାଡ଼ ହେବ.. ଅପରପକ୍ଷେ, ପର୍ଯ୍ୟଟନ ବିଭାଗଠାରୁ ମଧ୍ୟ ପୁଲିସ ତଥ୍ୟ ମାଗିଛି..

ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ ଘଟଣାରେ କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ.. ଏକ ଭିଡିଓ ମାଧ୍ୟମରେ ରବିବାର ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଓଡ଼ିଶାବାସୀଙ୍କୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି..

ମାଓ କାର୍ଯ୍ୟକଳାପ ଛାଡ଼ି ସଂସାର ଗଢିଲେ ଦୁଇ ମହିଳା ମାଓବାଦୀ.. ୨ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ.. ତେବେ ସେ ଦୁହେଁ ଅବିବାହିତ ଥିବାରୁ ସେମାନଙ୍କୁ ପୁଲିସ ସହଯୋଗରେ ରବିବାର ବିବାହ କରାଯାଉଛି.. କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳର ଵିନୋଦଙ୍କ ସହ ନନ୍ଦିନୀଙ୍କ ବିବାହ ହୋଇଥିବା ବେଳେ କରୁଣା ଜି. ଉଦୟଗିରି ସପ୍ନେଶ୍ୱରଙ୍କୁ ବିବାହ କରିଛନ୍ତି..

ଘରୋଇ କଳହରୁ ଗୁଳିକାଣ୍ଡ… ପୁତୁରା ଗୁଳିମାଡ଼ରେ ଖୁଡି ଗୁରୁତର… ଗୁରୁତର ଅବସ୍ଥାରେ  ଖୁଡିକୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି… ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ… ସୁବର୍ଣ୍ଣପୁର ଜିଲ୍ଲା ତରଭା ରଥପଡ଼ାର ଘଟଣା…

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଦାନ… ପରିବାର ସଦସ୍ୟଙ୍କ ସହ ମତସାବ୍ୟସ୍ତ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ…  ସକାଳ ୮ଟାରୁ ଆରମ୍ଭ ହୋଇଟି ଭୋଟିଂ… ସାଢ଼େ ୫ଟା ଯାଏଁ ଭୋଟ୍‌ ଦେବେ ଜନତା… ୨୫୦ଟି ଓ୍ୱାର୍ଡରେ ହୋଇଛି ୧୩ ହଜାର ୬୩୮ ବୁଥର ବ୍ୟବସ୍ଥା…

ଭବାନୀପାଟଣା କର୍ଲାପଡ଼ା ରାସ୍ତାରେ ବଡ଼ ଧରଣର ଅଘଟଣ… ପାଷ୍ଟିପଡ଼ା ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର… ଟ୍ୟାଙ୍କରରୁ ପ୍ରବଳ ମାତ୍ରାରେ ହେଉଛି ଗ୍ୟାସ ଲିକ୍‌… ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ… ପ୍ରଶାସନ ପକ୍ଷରୁ ବିଦ୍ୟୁତ୍‌ କାଟ୍‌ ସହ ଲୋକଙ୍କୁ କରାଗଲା ସତର୍କ…

ଆସନ୍ତାକାଲି ପଦ୍ମପୁର ଭୋଟ୍‌… ଗଡ଼ ବଞ୍ଚାଇବାକୁ ବିଜେଡି କରିଛି ପ୍ରାଣପ୍ରଣେ ଉଦ୍ୟମ… ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ… ପଦ୍ମପୁରରେ ମଧ୍ୟ ଲାଗିଛି ବିଜେପିର ହେଭିୱେଟଙ୍କ ଭିଡ଼… ପ୍ରଚାର କରିଛନ୍ତି ବହୁ କେନ୍ଦ୍ରମନ୍ତ୍ରୀ… କଂଗ୍ରେସର ପିସିସି ସଭାପତିଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତା ମଧ୍ୟ କରିଛନ୍ତି ପ୍ରଚାର…

ଅର୍ଚ୍ଚନା ନାଗ ମାମଲା… ସାମ୍ନାକୁ ଆସିଲା ବଡ଼ ଖବର… ଘଟଣା ସମ୍ପର୍କରେ ଇଡିକୁ ତଥ୍ୟ ଦେଲା କମିଶନରେଟ୍‌ ପୁଲିସ… ଇମେଲ ଯୋଗେ ପଠାଇଲା ତଥ୍ୟ… ଜମିବାଡ଼ି, ଗାଡ଼ି ଓ ବ୍ୟାଙ୍କ ବାଲାନ୍ସର ସମସ୍ତ ତଥ୍ୟ ଇଡିକୁ ପୁଲିସ ଦେଇଥିବା ସୂଚନା…

Comments are closed.