ସନ୍ଧ୍ୟା ୬ଟା ମୁଖ୍ୟ ଖବର

-ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି

-ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି, ଓଡ଼ିଶା ହାଇକୋର୍ଟର ବିଚାରପତି ଯଶୱନ୍ତ ସିଂହଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି

-ଗୌହାଟୀ ହାଇକୋର୍ଟର ବିଚାରପତି ଏନ୍‌. କୋଟିଶ୍ବର ସିଂହଙ୍କୁ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

-ଗୁଜରାଟ ହାଇକୋର୍ଟର ବିଚାରପତି ସୋନିଆ ଗିରିଧର ଗୋକନୀଙ୍କୁ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି

-ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ

-୧୨ଟି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି

-ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସିଆରି ଓ ଲଦାଖ ଉପରାଜ୍ୟପାଳ ରାଧା କୃଷ୍ଣ ମାଥୁରଙ୍କ ଇସ୍ତଫା ପରେ ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ

-ଲେପଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସିକିମ ଓ ସିପି ରାଧାକୃଷ୍ଣନ ଝାଡ଼ଖଣ୍ଡର ରାଜ୍ୟପାଳ ନିଯୁକ୍ତ

-ପ୍ରତାପ ଶୁକ୍ଲା ହିମାଚଳ ପ୍ରଦେଶ, ଗୁଲାବ ଚାନ୍ଦ କାଟେରିଆ ଆସାମ, ଜଷ୍ଟିସ ଏସ ଅବଦୁଲ ନଜିର ଆନ୍ଧ୍ରପ୍ରଦେଶ ଓ ବିଶ୍ୱ ଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ

-ସୁଶ୍ରୀ ଅନୁଶୁୟା ଉଇକେ ମଣିପୁର, ଲା ଗଣେଷନ ନାଗାଲାଣ୍ଡ, ଫଗୁ ଚୌହାନ ମେଘାଳୟ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିହାର, ରମେଶ ବୈଷ ମହାରାଷ୍ଟ୍ର ଓ ବ୍ରିଗେଡିଅର ଡଃ ବି ଡ଼ି ମିଶ୍ର ଲଦାଖ ରାଜ୍ୟପାଳ ନିଯୁକ୍ତ

-କେନ୍ଦୁଝର ଧରଣୀଧର ସ୍ବୟଂଶାସିତ କଲେଜ ହେଲା ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

-ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୮ ହଜାରକୁ ବୃଦ୍ଧି, ତୁର୍କୀରେ ମୃତ୍ୟୁସଂଖ୍ୟା ୨୪ ହଜାର ୬୧୭

-ତୁର୍କୀ ଓ ସିରିଆରେ ଭୂମିକମ୍ପର ୭ ଦିନ ପରେ ଖାଦ୍ୟାଭାବ ପରିଲକ୍ଷିତ, ମିଳୁନି ପାନୀୟ ଜଳ

-ଗଞ୍ଜାମ ଖଲ୍ଲିକୋଟ ତୁଳସୀପୁର ଗାଁରେ ଅଭାବନୀୟ ଘଟଣା, ବାତ୍ୟା ଆଶ୍ରୟସ୍ଥଳୀ ଗ୍ରିଲ ପଡି ନାବାଳକ ମୃତ

-ଇଂଲଣ୍ଡର ଗ୍ରେଟ୍‌ ୟାରମାଉଥ୍‌ ଅଞ୍ଚଳରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଏକ ବୋମା ବିସ୍ଫୋରଣ ସୂଚନା, କୌଣସି କ୍ଷୟକ୍ଷତି ହୋଇନାହିଁ

-ବଢୁଛି ଦିନ ତାପମାତ୍ରା, ଶନିବାର ଭୁବନେଶ୍ବରର ପାରଦ ୩୭ ଡିଗ୍ରୀ

-ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ: କେପ୍‌ଟାଉନର ନ୍ୟୁଉସଲାଣ୍ଡ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ

-ନାଗପୁର ଟେଷ୍ଟରେ ଜିତିବା ପ​ରେ ଆଇସିସି ୨୦୨୧-୨୩ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲରେ ଭାରତ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ

-ଆଲାସ୍କାର ଉତ୍ତରାଞ୍ଚଳ ଆକାଶରେ ଉଡୁଥିବା ଏକ ଅଜ୍ଞାତ ବସ୍ତୁକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଲା ଆମେରିକା

Comments are closed.