ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଦ୍ମପୁର ଥାନା ଅଞ୍ଚଳରେ ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା.. ସ୍ୱାମୀ ଓ ଦେଢଶୁର ଗିରଫ..

ଟି-୨୦ ବିଶ୍ବକପ୍‌: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି.. ଦକ୍ଷିଣ ଆଫ୍ରିକା ବିରୋଧର ଭାରତର ପ୍ରଥମେ ବ୍ୟାଟିଂ..

‘ମନ୍‌ କି ବାତ୍‌’ରେ ଆଇଆଇଟି ଭୁବନେଶ୍ୱରର ପ୍ରଶଂସା କଲେ ମୋଦୀ..

ଭବାନୀପାଟଣା-ଥୁଆମୂଲରାମପୁର ଯାଉଥିବା ମୁଖ୍ୟ ରାଜପଥର ଭବାନୀପାଟଣାଠାରୁ ମାତ୍ର ୫ କିଲୋମିଟର ଦୂର ଭାଗିରଥି ପାର୍କ ଓ ସାଇମନ୍ଦିର ନିକଟରେ ଥିବା ପୋଲ ହଠାତ୍ ମଝିରୁ ଭୁଷୁଡ଼ି ପଡ଼ିଛି.. ଫଳରେ ଉକ୍ତ ରାସ୍ତାରେ ଆସୁଥିବା ଦୁଇଟି କାର୍ ପୋଲ ତଳକୁ ଖସି ପଡିଛି..

ନିଶା ସେବନ ନେଇ ବର୍ଷିଆନ କ୍ରିକେଟର ୱାସିମ ଆକ୍ରାମଙ୍କ ସ୍ବୀକାରୋକ୍ତି.. ମୁଁ କୋକେନ ଖାଇବାରେ ଅଭ୍ୟସ୍ତ ଥିଲି..

ପୁଣି ଦାରୁଠେଙ୍ଗରେ ଦୁର୍ଘଟଣା… ଅଳିଆ ବୁହା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ… ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଇଥିବା ବେଳେ ଧକ୍କା ଦେଲା ଗାଡ଼ି… ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା… ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ…

‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଛଟ୍‌ ପୂଜାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ… ଉଠାଇଲେ ସୌର ଶକ୍ତି ଉପଯୋଗର କଥା… କହିଲେ, ସୌର ଶକ୍ତିକୁ ନେଇ ନୂଆ ଭବିଷ୍ୟତ ଦେଖୁଛି ଦୁନିଆ… ଭାରତ କରୁଛି ବିଦ୍ୟୁତ୍‌ ଉତ୍ପାନ… ଓଡ଼ିଶାର କୁନି ଦେହୁରୀଙ୍କୁ ନେଇ ରୋଜଗାରର ନୂଆ ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ…

ରାଜ୍ୟରେ ଥମୁନି ଦାଦନ ଚାଲାଣ… ପାଟଣାଗଡ଼ ବଗଲାବନ୍ଧ ଗାଁରୁ ପୁଣି ୨୭ ଦାଦନ ଶ୍ରମିକ ଉଦ୍ଧାର… ହାଇଦ୍ରାବାଦ ଚାଲାଣ ଲାଗି ପ୍ରସ୍ତୁତ ହେଉଥିବା ବେ​‌ଳେ ଧରିଲା ପୁଲିସ… ଘଟଣାରେ ୨ଜଣ ଦଲାଲ ଅଟକ… ପୁଲିସ କରୁଛି ପଚରାଉଚରା…

କାନଝରୀ ବନ୍ଧରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ… ଗତ ୩ ଦିନ ତଳେ କାନଝରୀରେ ବୁଡ଼ି ନିଖୋଜ ଥିଲେ ପ୍ରତୀକ ମହାନ୍ତ… ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ଟ ଟିମର ବହୁ ଖୋଜାଖୋଜି ପରେବି ମିଳିନଥିଲା ପତ୍ତା… ଆଜି ଭାସମାନ ଅବସ୍ଥାରେ ଉଦ୍ଧାର ହେଲା ପ୍ରତୀକଙ୍କ ମୃତଦେହ…

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ… ହାଲୋୱିନ୍‌ ପର୍ବ ପାଳନ ବେଳେ ଦଳାଚକଟା… ୧୫୧ଜଣ ମୃତ୍ୟୁ… ୧୦୦ରୁ ଊର୍ଦ୍ଧ୍ଵ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…  ସିଓଲର ଇଟେୱେନରେ ପର୍ବ ପାଳନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ…

ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଧାମନଗର… ନିର୍ବାଚନ ମଣ୍ଡଳିରେ ଜମୁଛି ହେଭିୱେଟଙ୍କ ଭିଡ… ପ୍ରଚାର ପାଇଁ ହାତରେ ଆଉ ୨ ଦିନ ବାକି… ତ୍ରିମୁଖି ଲଢ଼େଇରେ କିଏ ମାରିବ ବାଜି… କାହାମୁଣ୍ଡରେ ବନ୍ଧା ଯିବ ଧାମନଗର ମୁକୁଟ… ଆସନ୍ତାକାଲି ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିବେ ନବୀନ…

Comments are closed.