ସନ୍ଧ୍ୟା ୬ଟା ମୁଖ୍ୟ ଖବର

– ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଛୁଟି ଅବଧି ବଢାଇଲା ଜିଲା ପ୍ରଶାସନ, ସୋମବାର ଓ ମଙ୍ଗଳବାର ଜିଲାର ସବୁ ସ୍କୁଲ ବନ୍ଦ ରହିବ

– ଆସନ୍ତାକାଲିଠାରୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ, ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ସନ୍ଦୀପ ଦ୍ବିବେଦୀ, ଗତକାଲିଠାରୁ ଆଜିର ତାପମାତ୍ରା ୧ ଡିଗ୍ରୀ କମିଛି, କିଛି ସ୍ଥାନରେ ତାପମାତ୍ରା ୪୦ ଉପରେ ରହିବ

– ୧୮, ୧୯ ଓ ୨୦ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବର୍ଷା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର ଓ ଭଦ୍ରକରେ ମଧ୍ୟ ବର୍ଷା ସମ୍ଭାବନା, ୧୭ରେ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇପାରେ

– ଉତ୍ତରପ୍ରଦେଶରେ ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫ ହତ୍ୟା ଘଟଣାରେ ଗୁଳି ଚଳାଇଥିବା ୩ ସୁଟର ଲୁଭଲେଶ ତିୱାରୀ, ସନ୍ନି ଓ ଅରୁଣ ମୌର୍ଯ୍ୟଙ୍କୁ ପ୍ରୟାଗରାଜ ଜିଲା କୋର୍ଟର ହାଜର କଲା ୟୁପି ପୁଲିସ

– ଆଜି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୨.୨ ଡିଗ୍ରୀ, ଝାରସୁଗୁଡ଼ା ୪୧.୬, ହୀରାକୁଦ ୪୦.୨ ଡିଗ୍ରୀ, ଭୁବନେଶ୍ବର ୩୯.୨, ବାଲେଶ୍ବର ୩୮.୨, କେନ୍ଦୁଝର ୩୭.୮ ଡିଗ୍ରୀ

– ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଦାଦା ୱାଇ ଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ, ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସୂଚନା

– ଘୁଞ୍ଚିଲା ଅଗ୍ନିବୀର ପରୀକ୍ଷା ତାରିଖ, କର୍ଫ୍ୟୁ ବଳବତ୍ତର ଥିବାରୁ ସମ୍ବଲପୁରରେ ଏପ୍ରିଲ ୧୭ ଓ ୧୮ରେ ହେବାକୁ ଥିବା ଅଗ୍ନିବୀର ପରୀକ୍ଷା ସମୟରେ ପରିବର୍ତନ, ସେନା କାର୍ଯ୍ୟାଳୟ ପକ୍ଷରୁ ମିଳିଲା ସୂଚନା, ଏପ୍ରିଲ ୧୭ ଓ ୧୮ ପରିବର୍ତ୍ତେ ଏହି ପରୀକ୍ଷା ୧୯, ୨୦ ଓ ୨୧ ତାରିଖରେ ହେବ, ଏଥିପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର: ୦୬୬୩-୨୫୨୦୮୪୫ ଓ ୦୬୬୩-୨୯୫୦୩୫୯

– ଦୁବାଇରେ ଏକ ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୧୬ ମୃତ

– ସୁଦାନରେ ସଂଘର୍ଷ, ୨୫ ମୃତ ଓ ୧୮୩ ଆହତ

– ସମ୍ବଲପୁର ଘଟଣାର ଫେସବୁକରେ ପୋଷ୍ଟ ପରେ ଭଦ୍ରକ ଚୂଡ଼ାକୁଟି ପଞ୍ଚାୟତରେ ଉତ୍ତେଜନା, ଘଟଣାସ୍ଥଳରେ ୨ ପ୍ଲାଟୁନ ପୁଲିସ ମୁତୟନ

– ଉତ୍ତରପ୍ରଦେଶର ସମସ୍ତ ଅଂଚଳରେ ଧାରା ୧୪୪ ଜାରି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜରୁରୀ ବୈଠକ

– ପ୍ରୟାଗରାଜରେ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ୍‌ ବନ୍ଦ, ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ

– ସମ୍ବଲପୁର ପଥର ମାଡ଼ ଓ ହିଂସା ଘଟଣାରେ ୪୯ ଜଣଙ୍କୁ ଗିରଫ କରିଛି ପୁଲିସ, ପଥର ମାଡ଼ ଘଟଣାରେ ୨୬ ଓ ଭଙ୍ଗାରୁଜା ପୋଡ଼ାଜଳା ପାଇଁ ୨୩ ଗିରଫ

Comments are closed.