ଦିଲ୍ଲୀ ବିମାନ ବନ୍ଦରରେ ୫ ବାଂଲାଦେଶୀଙ୍କ ସହିତ ୬ ଗିରଫ

ଭାରତୀୟ ପାସପୋର୍ଟ ଜବତ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ୫ ବାଂଲାଦେଶ ନାଗରିକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଚଳିତ ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ସୁରକ୍ଷା ଯାଞ୍ଚ କରାଯାଉଥିବାବେଳେ ତିନିଜଣଙ୍କୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ଅଧିକ ତଦନ୍ତ କରାଯିବା ସମୟରେ ସେମାନଙ୍କ ସହିତ ସଂପୃକ୍ତ ଥିବା ଆଉ ୩ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୨୭ଟି ପାସପୋର୍ଟ, ବିମାନବନ୍ଦରରେ ପହଞ୍ଚିବା ଏବଂ ଛାଡିବା ସମ୍ପର୍କିତ ବିଭିନ୍ନ ରାଷ୍ଟ୍ରର ଷ୍ଟାମ୍ପ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ଏହି ଘଟଣାରେ ଅଧ୍ଚଳ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଠକେଇ, ଜାଲିଆତି ଏବଂ ପାସପୋର୍ଟ ଆଇନର ଅନ୍ୟାନ୍ୟ ଧାରାରେ ମାମଲା ରୁଜ୍ଜୁ କରାଯାଇଛି।

Comments are closed.