ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ତଦନ୍ତ ଆରମ୍ଭ

ସୁଶାନ୍ତଙ୍କ  ପିତା କେ କେ ସିଂ ତାଙ୍କ ପୁଅର ମୃତ୍ୟୁ ମାମଲାରେ  ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ୬ ପୃଷ୍ଠାର ଏଫଆଇଆର ଦାଖଲ କରିବା ପରେ ୧୫ କୋଟି ଟଙ୍କା ଟ୍ରାନ୍ସଫର ସଂପର୍କରେ ଯାଞ୍ଚ ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସ୍ୱର୍ଗତ ଅଭିନେତାଙ୍କ ପିତା କେ.କେ ସିଂ ତାଙ୍କ ପୁଅର ପୂର୍ବତନ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ୬ ପୃଷ୍ଠାର ଲମ୍ବା ଏଫଆଇଆର ଦାଖଲ କରିଛନ୍ତି । ଏହି  ଘଟଣାରେ ନିର୍ଦ୍ଦେଶକ ରୁମି ଜାଫେରି,  ବ୍ୟକ୍ତିଗତ କର୍ମଚାରୀ ଇତ୍ୟାଦି ସମେତ ବହୁ ଲୋକଙ୍କୁ ଏଥିରେ ପକ୍ଷଭୁକ୍ତ କରିଛନ୍ତି । ଅନ୍ୟପକ୍ଷରେ  ବିହାର ଏବଂ ମୁମ୍ବାଇ ପୁଲିସ ମଧ୍ୟରେ ତଦନ୍ତକୁ ନେଇ ବିବାଦ ସୃଷ୍ଟି ହୋଇଛି ।  ବିହାରର ବରିଷ୍ଠ ପୋଲିସ ଅଧିକାରୀ ବିନୟ ତିୱାରୀ ସେଠାରେ ପହଞ୍ଚିବା ପରେ ମୁମ୍ବାଇ ପୁଲିସ ପକ୍ଷରୁ ତାଙ୍କୁ ବଳପୂର୍ବକ କ୍ବାରେଣ୍ଟାଇନରେ ରଖାଯିବାକୁ ନେଇ ବିହାର ପୁଲିସ ମହାନିର୍ଦେଶକଓ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସମୟରେ ଶିବସେନା ସରକାର ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ବିହାର ବିଜେପିର ଜଣେ ବିଧାୟକଙ୍କ ଅଭିଯୋଗ କରିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି ।

Comments are closed.