ଭୁବନେଶ୍ବରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ବାରେଣ୍ଟାଇନରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ବିଏମସି ଟ୍ବିଟ୍ ଯୋଗେ ସୂଚନା ଦେଇଛି ।


ରବିବାର ଚିହ୍ନଟ ହୋଇଥିବା ୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ରହିଥିଲେ । ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁରୁ ଫେରିଥିବା ଡୁମୁଡୁମା ଫେଜ୍ ୧ ଅଞ୍ଚଳର ୨୪ ବର୍ଷ ବୟସ୍କ ଯୁବକ, କୋଲକତାରୁ ଫେରିଥିବା ନୟାପଲ୍ଲୀ ଆଇଆରସି ଭିଲେଜର ୪୧ ବର୍ଷ ବୟସ୍କ ବ୍ୟକ୍ତି, କୋଲକତାରୁ ଫେରିଥିବା ବାପୁଜୀନଗରର ୩୮ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି । ସେହିଭଳି ୩ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର ସର୍ଭିସ୍ ପ୍ରୋଭାଇଡର ଥିବା ୨୪ ବର୍ଷ ବସସ୍କ ଯୁବତୀ, ଟଙ୍କପାଣି ରୋଡ୍ ରାଜାରାଣୀ ମନ୍ଦିର ନିକଟ ଅଞ୍ଚଳର ୫୫ ବର୍ଷ ବୟସ୍କ ବ୍ୟକ୍ତି ଏବଂ ଫରେଷ୍ଟ ପାର୍କ ଅଞ୍ଚଳ ୩୬ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି ।

ସୂଚନାଯୋଗ୍ୟ ବର୍ତ୍ତମାନ ସୂଦ୍ଧା ଭୁବନେଶ୍ବରରୁ ୨୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୨୨ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.