ବରଗଡ଼ ଜିଲ୍ଲାରୁ ୬ କରୋନା ପଜିଟିଭ୍ ଚିହ୍ନଟ, ଟ୍ବିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ

ବରଗଡ : ବରଗଡ଼ ଜିଲ୍ଲାରେ ଆଜି ୬ ନୂଆ କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬ ନୂଆ ଅକ୍ରାନ୍ତ ମାନେ ଜିଲାର ଭେଡେନ ବ୍ଲକର ୪ଜଣ ହୋଇଥିବା ବେଲେ ଭାଟିଲି ବ୍ଲକର ୨ ଜଣ ଅଟନ୍ତି ବୋଲି ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପଧାନ ଟ୍ୱିଟ କରି ଜଣାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ଥିବା ବି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତେବେ ବର୍ତ୍ତମାନ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୮ରେ ପହଂଚିଛି । ନୂଆ ପଜିଟିଭ୍ ବାହାରିଥିବା ଆକ୍ରାନ୍ତ ମାନଙ୍କ ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।


ସୂଚନାଯୋଗ୍ୟ ଏହା ପୂର୍ବରୁ ବରଗଡ ସହରର ସୁବାଷ ନଗର ୱାଡ ନମ୍ବର ୧୪ରୁ ଜଣେ ପଜିଟିଭ୍ ଏବଂ ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରୁ ଜଣେ ପଜିଟଭ୍ ଚିହ୍ନଟ ହୋଇଥିଲେ ।

Comments are closed.