କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୬ ମୁଣ୍ଡ ନେଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୫ ଏବଂ ଖୋର୍ଦ୍ଧା ଜିଲାରୁ ଜଣେ ରହିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଗଞ୍ଜାମ ଜିଲାର ମୃତକଙ୍କ ମଧ୍ୟରେ ଜଣେ ୪୧ ବର୍ଷୀୟ ଏବଂ ଜଣେ ୬୩ ବର୍ଷୀୟ ପୁରୁଷ ରହିଛନ୍ତି। ଉଭୟେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଜଣେ ୫୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ସେ ମଧୁମେହରେ ପୀଡ଼ିତ ଥିଲେ। ଅନ୍ୟ ଜଣେ ୫୭ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ଏହାବ୍ୟତୀତ ଅନ୍ୟ ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଖୋର୍ଦ୍ଧା ଜିଲାର ମୃତକ ଜଣକ ମହିଳା ଓ ତାଙ୍କ ବୟସ ୮୬ ବର୍ଷ। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

Comments are closed.