ଆଜି କରୋନାରେ ୬ ମୃତ, ଗଲାଣି ୧୨୦ ଜୀବନ

ଭୁବନେଶ୍ଵର: ରାଜ୍ୟରେ ଆଜି କରୋନା ଭୂତାଣୁରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାର ସର୍ବାଧିକ ୩ ଜଣ ରହିଥିବାବେଳେ ଭଦ୍ରକ, ଗଜପତି ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଏହାକୁ ମିଶାଇ ଶୁକ୍ରବାର ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି।
ଗଞ୍ଜାମ ଜିଲାର ୩ ମୃତକଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ଏବଂ ୫୯ ଓ ୫୦ ବର୍ଷୀୟା ୨ ମହିଳା ରହିଛନ୍ତି। ପୁରୁଷ ଜଣକ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ରାୟଗଡ଼ା ଜିଲାର ମୃତକ ଜଣେ ୭୧ ବର୍ଷୀୟ ବୃଦ୍ଧ। ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଗଜପତିର ମୃତକ ଜଣକ ୫୩ ବର୍ଷୀୟ ପୁରୁଷ ହୋଇଥିବାବେଳେ ଭଦ୍ରକ ମୃତକଙ୍କ ବୟସ ୬୦ ବର୍ଷ। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।