ଚାରି ପତ୍ର ବିଶିଷ୍ଟ ଗଛ ବିକ୍ରି ହେଲା ୬ଲକ୍ଷଟଙ୍କାରେ ; ଜାଣନ୍ତୁ ଏହାର କାରଣ

ଘରର ଭିତରେ ସ୍ୱଚ୍ଛ ପବନ ଓ ସାଜସଜ୍ଜା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇବା ସହ ମହଙ୍ଗା ଗଛ ଆଣି ମଧ୍ୟ ଲଗାଇ ଥାଆନ୍ତି। ମାତ୍ର ଅତ୍ୟଧିକ ମହଙ୍ଗାରେ ବହୁ କମ ଲୋକେ ଗଛ କିଣି ଥାଆନ୍ତି। ଏହି ୪ ପତ୍ର ବିଶିଷ୍ଟ ଗୃହ ଭିତର ଗଛର ମୂଲ୍ୟ ୬ ଲକ୍ଷ ଟଙ୍କା। ଏହା ଖୁବ ଦୁର୍ଲ୍ଲଭ ଗଛ। ବିଶେଷ କରି ଅଗଷ୍ଟ ମାସରେ ଏହି ବୃକ୍ଷ ବହୁ ଟଙ୍କାରେ ବିକ୍ରି ହୋଇ ରେକର୍ଡ଼ ଭାଙ୍ଗିଥାଏ ବୋଲି କୁହାଯାଏ।
ନ୍ୟୁଜିଲ୍ୟାଣ୍ଡରେ ଜଣେ ଗ୍ରାହକ ଏହି ଗଛକୁ ୮୧୫୦ ୟୁଏସ ଡ଼ର୍ଲାରରେ କିଣିଛନ୍ତି। ଯାହା ମୂଲ୍ୟ ପ୍ରାୟ ୫,୯୮,୮୫୩ ଟଙ୍କା। ଏହି ଗଛର ନାମ ହେଉଛି ବେରିଗେଟେଡ଼ ରେଫିଡ଼ୋଫୋରା ଟେଟ୍ରାସ୍ପେର୍‍ ମା (Variegated Rhaphidophora Tetrasperma । ଏହା ବ୍ୟତୀତ ଏହାକୁ ଫିଲୋଡ଼େନଡ଼୍ରୋନ ମିନିମା ମଧ୍ୟ କୁହାଯାଏ। ଏହି ଗଛଟିରେ ହଳଦିଆ ଓ ସବୁଜ ରଙ୍ଗର ପତ୍ର ରହିଥାଏ।
ଅଧିକାଂଶ ବେରିଗେଟେଡ଼ ମିନିମାକୁ ୧୪ ସେଣ୍ଟିମିଟର କଳା ଫୁଲ କୁଣ୍ଡରେ ଲଗାଯାଇଥାଏ। ଏହି ଗଛକୁ ଟ୍ରେଡ଼ ମି ନାମକ ଏକ କମ୍ପାନୀ ବିକ୍ରି କରିଛି। ଏକ ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରୁ ଏହା ସବୁଠାରୁ ଅଧିକ ଟଙ୍କା ୬୫୦୦ ଡ଼ର୍ଲାର ଅର୍ଥାତ ୪,୭୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅଗଷ୍ଟ ମାସରେ ଶେଷ ବେଳକୁ ଏହା ୫.୯୮ ଲକ୍ଷରେ ମଧ୍ୟ ବିକ୍ରି ହୋଇଛି।
ଏହି ଗଛର ବିକ୍ରି ପାଇଁ ଏହି କମ୍ପାନୀର ୱେବସାଇଟ ୨୦୧୫ରୁ ଆରମ୍ଭ ହୋଇଛି। ସେବେ ଠାରୁ ଆରମ୍ଭ କରି ଆଜି ଯାଏଁ ଏହାର ବିକ୍ରିରେ ଅଧିକ ବୃଦ୍ଧି ଘଟିଛି। କିଛି ସପ୍ତାହ ପୂର୍ବରୁ ଲୋକେ ୱେବସାଇଟରେ ଏହି ଗଛକୁ ପ୍ରାୟ ୧୬୦୦ ଥର ଏହା ଖୋଜିଛନ୍ତି। ଏହି ଗଛର ଚାହିଦା ବିଶେଷ କରି ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆରେ ଅଧିକ। ଏହା କିଣୁଥିବା ଗ୍ରାହକ ନିଜ ପିଲାଙ୍କ ଭଳି ଏହି ଗଛର ଲାଳନ ପାଳନ କରିଥାଆନ୍ତି।

 

Comments are closed.